Below header

ଗ୍ୟାସ କଟର ସାହାଯ୍ୟରେ କାଟିଲେ, ATMରୁ ଲୁଟି ନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା

ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି।ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ମେସିନ୍ କାଟି  ଟଙ୍କା ଲୁଟି ନେଇଛନ୍ତି।

ଯାଜପୁର(କେନ୍ୟୁଜ୍): ATMରୁ ଲୁଟି ନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି।ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ମେସିନ୍ କାଟି  ଟଙ୍କା ଲୁଟି ନେଇଛନ୍ତି। ସିସିଟିଭିରେ କଏଦ ହୋଇଛି ଲୁଟ ଦୃଶ୍ୟ। ରାତି ପ୍ରାୟ ୩ଟା ସମୟରେ ମାତ୍ର ମିନିଟ୍ ଭିତରେ ଏହି ଲୁଟପାଟ୍ ହୋଇଛି।

୩ଜଣ ଅପରାଧୀ ଏକ ଧଳା ରଙ୍ଗର କାରରେ ଆସି ଟଙ୍କା ନେଇ ଯାଜପୁର ଅଭିମୁଖେ ଯାଇଥିବା ସିସିଟିଭିରୁ ଜଣାପଡିଛି। କୁଆଖିଆ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ଏହି ATM ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.