ମହାଭାରତ ଯୁଦ୍ଧରେ ଲକ୍ଷ ଲକ୍ଷ ସୈନିକଙ୍କ ପାଇଁ ଦୈନିକ ଖାଦ୍ୟ କିପରି ପ୍ରସ୍ତୁତ ହେଉଥିଲା ?

କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ଦୀର୍ଘ ୧୮ ଦିନ ଧରି ଚାଲିଥିଲା। କିନ୍ତୁ ଆପଣ କେବେ ଭାବିଛନ୍ତି ଯୁଦ୍ଧରେ ନିୟୋଜିତ ଥିବା ପ୍ରତ୍ୟେକ ଲୋକ କିଭଳି ଜୀବନ ବଞ୍ଚାଉଥିଲେ। ମାନେ ଭୋକିଲା ରହି ତ ଜଣେ ଯୁଦ୍ଧ ଲଢ଼ିପାରିବନି। ଭୋଜନ ତ ନିହାତି ଦରକାର ଥିଲା। ତେବେ ଏମାନଙ୍କ ପାଇଁ କିଏ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଆଉ ଆପଣ ଜାଣନ୍ତି କି ଏହି ଯୁଦ୍ଧରେ କେତେଜଣ ସୈନିକ ନିୟୋଜିତ ଥିଲେ?

ମହାଭାରତ ଯୁଦ୍ଧ, ଆପଣ ମାନେ ଏହା ସମ୍ପର୍କରେ ଅନେକ ବାର ଶୁଣିଥିବେ। ପାଣ୍ଡବ ଓ କୌରବଙ୍କୁ ନେଇ ହୋଇଥିବା ଏହି ଯୁଦ୍ଧରେ ଅନେକ କିଛୀ ଧ୍ୱଂସ ହୋଇଯାଇଥିଲା। ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏମିତି ପାରିବାରିକ କଳହ ହୋଇଥିଲା ଯାହା ଏବେ ବି ସମସ୍ତଙ୍କ ମନକୁ ରୁଦ୍ଧିମନ୍ତ କରି ରଖିଦେଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ ହୋଇଥିବା ଏହି ଯୁଦ୍ଧ ସାରା ମାନବ ସମାଜ ପାଇଁ ଏକ ବଡ଼ ଉଦାହରଣ ପାଲଟିଯାଇଥିଲା। ଯେପରି କି ସମ୍ପତ୍ତି ତଥା ଗର୍ବ ଅଂହକାରକୁ ନେଇ କିଭଳି ଗୋଟିଏ ପରିବାର ଯୁଦ୍ଧର ନିଆଁରେ ଭସ୍ମ ହୋଇଯାଉଛି।

ତେବେ ଆପଣ ମାନେ ଜାଣିଥିବେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ଦୀର୍ଘ ୧୮ ଦିନ ଧରି ଚାଲିଥିଲା। କିନ୍ତୁ ଆପଣ କେବେ ଭାବିଛନ୍ତି ଯୁଦ୍ଧରେ ନିୟୋଜିତ ଥିବା ପ୍ରତ୍ୟେକ ଲୋକ କିଭଳି ଜୀବନ ବଞ୍ଚାଉଥିଲେ। ମାନେ ଭୋକିଲା ରହି ତ ଜଣେ ଯୁଦ୍ଧ ଲଢ଼ିପାରିବନି। ଭୋଜନ ତ ନିହାତି ଦରକାର ଥିଲା। ତେବେ ଏମାନଙ୍କ ପାଇଁ କିଏ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଆଉ ଆପଣ ଜାଣନ୍ତି କି ଏହି ଯୁଦ୍ଧରେ କେତେଜଣ ସୈନିକ ନିୟୋଜିତ ଥିଲେ?

ମହାଭାରତ ଯୁଦ୍ଧରେ ଥିଲେ ୫୦ ଲକ୍ଷ ସୈନିକ। ଆଉ ଏମାନଙ୍କ ପାଇଁ ଭୋଜନ ମଧ୍ୟ ତିଆରି କରାଯାଉଥିଲା। କିନ୍ତୁ ପ୍ରଶ୍ନ ଉଠୁଛି ଯେହେତୁ ପ୍ରତିଦିନ ଯୁଦ୍ଧରେ ହଜାର ପାଖାପଖି ସୈିନକ ମୃତ୍ୟୁ ବରଣ କରୁଥିଲେ ତାହାଲେ ଖାଇବା କେଉଁ ହିସାବରେ ତିଆରି ହେଉଥିଲା ?

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଭୋଜନ ପ୍ରସ୍ତୁତି ପରେ ଲୋକ କମ ହେଲେ ବି ଖାଦ୍ୟ କେବେବି ନଷ୍ଟ ହେଉନଥିଲା। କିନ୍ତୁ ଏହାକୁ ବାସ୍ତବରେ ବିଶ୍ୱାସ କରିବା ଟିକେ କଷ୍ଟ। ଏହା ପଛରେ ବି ରହସ୍ୟ ଲୁଚି ରହିଛି।

ଦୁନିଆର ସବୁଠୁ ବଡ଼ ଯୁଦ୍ଧ ମହାଭାରତରେ ପ୍ରତ୍ୟେକ ଦିନ ଲକ୍ଷାଧିକ ସୈନିକ ନିଜ ନିଜ ପକ୍ଷ ରୁ ଲଢ଼ୁଥିଲେ। ଏମିତିରେ ଅନେକଙ୍କର ମୃତ୍ୟୁ ମଧ୍ୟ ହୋଇଯାଏ। ତେବେ ଏହି କୁରୁକ୍ଷେତ୍ରରେ ଯୁଦ୍ଧ ଆରମ୍ଭ ପୂର୍ବରୁ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ନିଜ ବିଶ୍ୱରୂପ ଦେଖାଇ ଭାଗବତ ଗୀତାର ସାଂରାସ ତଥା ସାସାଂରିକ ମୋହ ମାୟାର ଜ୍ଞାନ ଦେଇଥିଲେ।

ମହାଭାରତର ପ୍ରଥମ ଦିନରୁ ଶେଷ ଦିନ ଯାଏ ଉଡ୍ଡୁପି ନରେସ ଭୋଜନ ପ୍ରସ୍ତୁତ କରିବାର ଦାୟିତ୍ୱରେ ଥିଲେ । ସମସ୍ତଙ୍କ ପାଇଁ ସେ ସଠିକ ମାପର ଖାଦ୍ୟ ପ୍ରସ୍ତୁତ କରୁଥିଲେ। ତାଙ୍କର କୁଶଳତା କିଛି ଏଭଳି ଥିଲା ଯେପରି ଦିନର ଶେଷ ଭାଗରେ ମଧ୍ୟ ଟିକେ ବି ଖାଦ୍ୟ ନଷ୍ଟ ହେଉନଥିଲା। ଦିନ ଗଡ଼ିବା ସହ ଯୋଦ୍ଧା ମାନଙ୍କ ସଂଖ୍ୟା ବି କମିବାକୁ ଲାଗିଲା।

ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଯୁଦ୍ଧ ଶେଷରେ ରହୁଥିବା ଯୋଦ୍ଧା ମାନଙ୍କ ପାଇଁ ଉଡ୍ଡୁପୀ କିଭଳି ବରାବର ଖାଦ୍ୟ ପ୍ରସ୍ତୁତ କରିପାରୁଛନ୍ତି ? କେହି ବି ଜାଣିପାରୁନଥିଲେ ଯେ ତାଙ୍କୁ ଏହା ସମ୍ପର୍କରେ କିପରି ଜଣପଡ଼ୁଲା ଯେ ଯୁଦ୍ଧ ଶେଷରେ କେତେ ଜଣ ସୁରକ୍ଷିତ ଫେରିବେ? ଏତେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଆଉ ଏହାରି ମଧ୍ୟରେ ଖାଦ୍ୟ ଆଦୌ ନଷ୍ଟ ନହେବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା।

ଏହାକୁ ପ୍ରଥମ ବିଶ୍ୱଯୁଦ୍ଧ କହିଲେ ବି କିଛି ଭୁଲ ହେବ ନାହିଁ ।କହିଁକି ନା ଏଥିରେ ଅନେକ ଦେଶର ରାଜା ଆସି ଯୋଗ ଦେଇଥିଲେ। କିଛି ପାଣ୍ଡବ ଓ ଅନ୍ୟ କିଛି କୌରବଙ୍କୁ ସହଯୋଗ କରିଥିଲେ। କିନ୍ତୁ ଏଥିରେ ଦକ୍ଷିଣ ସ୍ଥାନରେ ଅବସ୍ଥିିତ ଉଡ୍ଡୁପି ରାଜ୍ୟ ଭାଗ ନେଇନଥିଲା। ଉଭୟ ପକ୍ଷ ଉଡ୍ଡୁପି ରାଜାଙ୍କୂୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଥିଲେ କାରଣ ସେ ବ ହୁତ ଶକ୍ତି ଶାଳୀ ଥିଲେ। କିନ୍ତୁ ସେ ନିଜେ ମନା କଲେ। ଏକଦା ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯୁଦ୍ଧ କରିବାକୁ ସମସ୍ତେ ଆଗଭର କନ୍ତୁ ସେହୀ ସମୟରେ ଏମାନେ ଖାଇବେ କଣ ତାହାକୁ ନେଇ ପ୍ରଶ୍ନ ଉଠିଲା। ଏହାବାଦ ଦୁଇ ଭାଇଙ୍କ ଭିତରେ ହେଉଥିବା ଏହି ଯୁଦ୍ଧକୁ ପସନ୍ଦ ବା ଠିକ ମନେ କରୁନଥିଲେ। ତେଣୁ ଯୁଦ୍ଧ ସିନା ରୋକିପାରିବେିନ କିନ୍ତୁ ସେ ନିଜେ ଯୁଦ୍ଧ ସମୟରେ ଏମାନଙ୍କ ଭୋଜନ କଥା ବୁଝିବେ ବୋଲି କହିଲେ।

ତେବେ ଯୁଦ୍ଧ ଶେଷ ହେଲାପରେ ଯେତେବେଳେ ଯୁଧିଷ୍ଠିରଙ୍କ ରାଜ୍ୟଭିଷେକ ହେଲା ସେତେବେଳେ ସେ ଉଡ୍ଡୁପି ରାଜାଙ୍କୁ ପଚାରିଲେ ଆପଣ କିପରି ସଠିକ ଅନୁମାନ କରି ଖାଦ୍ୟ ପ୍ରସ୍ତୁତ କରୁଥିଲେ ? ଏହାକୁ ଶୁଣି ରାଜା କହିଲେ , ପ୍ରଭୁ ଶ୍ରୀକୃଷ୍ଣ ସବୁବେଳେ ରାତିରେ ବାଦାମ ଖାଉଥିଲେ। ଆଉ ସେ ଯେତେଟା ବାଦାମ ଖାଉଥିଲେ ତାକୁ ମୁଁ ଗଣୁଥିଲି। ଆଉ ମୁଁ ଲକ୍ଷ୍ୟ କଲି ସେ ଯେତେଟା ବାଦାମ ଖାଉଥିଲେ ତାଠୁ ହଜାର ଗୁଣା ଅଧିକ ସୈନିକ ପରବର୍ତ୍ତୀ ଦିନ ମୃତ୍ୟୁ ବରଣ କରୁଥିଲେ। ମାନେ ୫୦ ଟା ବାଦାମ ଖାଇଲେ ବୁଝୁଥିଲି ପରବର୍ତ୍ତୀ ଦିନ ୫୦ ହଜାର ସୈନକି ମରିବେ। ଆଉ ତାହାକୁ ଲକ୍ଷ୍ୟ କରି ମୁଁ ଖାଦ୍ୟ ପ୍ରସ୍ତୁତ କରୁଥିଲି। ଏହି କାରଣରୁ କେବେ ବି ଭୋଜନ ନଷ୍ଟ ହୋଇନଥିଲା।

ଏହାକୁ ଶୁଣିବା ପରେ ସମସ୍ତେ ସେଠାରେ ଆଶ୍ଚର୍ଯ୍ୟ ହୋଇଗଲେ। ଆପଣ ବି ନିହାତି ଭାବେ ଏହି ଅଜଣା କଥାକୁ ଶୁଣିବା ପରେ ବିଶ୍ୱାସ କରୁନଥିବେ। କିନ୍ତୁ ଏହା ସତ । ପ୍ରଭୁଙ୍କ ଚମତ୍କାର ଓ ଆଶିର୍ବାଦ କାରଣରୁ ପାଣ୍ଡବ ମାନେ ଏହି ଯୁଦ୍ଧକୁ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.