Below header

ପରିବେଶ ମଂଜୁରୀକୁ ଉଲଂଘନ କରି ବେଆଇନ ଭାବେ ଖଣି ଖନନ ପାଇଁ ସାରଦା ମାଇନ୍ସ,୨ ହଜାର ୫୬ କୋଟି ଟଙ୍କାର ଲାଗିଲା ଜରିମାନା

କେନ୍ଦୁଝର (କେନ୍ୟୁଜ୍):  ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି । ୨୫ ଜାନୁଆରିରେ ଡିମାଣ୍ଡ ନୋଟିସ୍‌ ଜାରି କରାଯାଇଥିଲା । ପରିବେଶ ମଂଜୁରୀକୁ ଉଲଂଘନ କରି ବ୍ୟାପକ ଖଣି ଖନନ କରିଛି ସାରଦା ମାଇନ୍ସ । ଠାକୁରାଣୀ ବ୍ଲକ ବି ଲୁହା ଖଣିରେ ସାରଦା ମାଇନ୍ସ ଅନୁମତି ଠାରୁ କେତେ ଅଧିକ ଖନନ କରିଛି, ତା’ର ବିବରଣୀ ମଧ୍ୟ ଏହି ନୋଟିସରେ ପ୍ରଦାନ କରାଯାଇଛି । ଡିମାଣ୍ଡ ନୋଟିସ ପଠା ଯାଇଥିଲେ ବି ବର୍ତ୍ତମାନ ଖଣି ଖନନ କାର୍ଯ୍ୟ ବନ୍ଦ ହେବ ନାହିଁ ।

ଡିମାଣ୍ଡ ନୋଟିସ୍‌ ଅନୁସାରେ ଯଦି ସାରଦା ଖଣି, ପଦକ୍ଷେପ ନେବ ନାହିଁ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ପରିବେଶ ମଂଜୁରୀଠାରୁ ଅଧିକ ଖଣି ଖନନ ନେଇ ଗତବର୍ଷ ଅକ୍ଟୋବର ୬ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ସାରଦା ଖଣିକୁ ନୋଟିସ କରାଯାଇଥିଲା । ଗତ ୨୫ ତାରିଖରେ ସାରଦା ମାଇନ୍ସ ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା, ତାହା ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇଛନ୍ତି ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ । ଏହାପରେ ୨ ହଜାର ୫୬ କୋଟିରୁ ଅଧିକ ଜରିମାନା ପାଇଁ ଡିମାଣ୍ଡ ନୋଟିସ୍‌ ପଠାଯାଇଛି । ତେବେ ଏ ନେଇ ସାରଦା ଖଣି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.