Below header

ବୁର୍ଲା ଭିମ୍‌ସାରରେ ହେବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ସମ୍ବଲପୁର(କେ.ନ୍ୟୁଜ): ବୁର୍ଲା ଭିମ୍‌ସାରରେ ହେବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ । ମେଡିସିନ୍‌ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ ବୃଦ୍ଧି କରାଯିବ । ୧୦ ଦିନ ଭିତରେ ନୂଆ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହେବ । ବର୍ତ୍ତମାନ ଥିବା କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଆଉ ୩୦ ଆଇସିୟୁ ବୃଦ୍ଧି ପାଇବ । ଆଜି କୋଭିଡ୍‌ ସ୍ଥିତି ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ବୁର୍ଲା ଭୀମ୍‌ସାରରେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟ ଶାସନ ସଚିବ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାପାଳ ଓ CDMOଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ACS, ଭୀମ୍‌ସାର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଗସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.