Below header

ଆସନ୍ତା ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ୨୫ ସୁଦ୍ଧା ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେ.ନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା ପ୍ରସ୍ତୁତି । ଆସନ୍ତା ମେ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଥିଓରୀ ପରକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ର ସହ ପରିଚାଳନା ହବ୍‌ରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏପ୍ରିଲ ଶେଷ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା । ତା ପୂର୍ବରୁ ଲାବ୍ରୋଟୋରୀ ଗୁଡିକରେ ମଧ୍ୟ ସିସିଟିଭି ଲଗାଯିବ। ୨୫ ତାରିଖ ସୁଦ୍ଧା ଏସମ୍ପର୍କିତ ରିପୋର୍ଟ ସାମସ୍‌ ଇ-ସ୍ପେସ୍‌ରେ ଅପଲୋଡ୍‌ କରାବାକୁ କୁହାଯାଇଛି। କୌଣସି କଲେଜ ନିର୍ଦ୍ଦେଶକୁ ଖିଲାପ କଲେ ସେହି କଲେଜରେ ପରୀକ୍ଷା ବାତିଲ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.