ଦେଶରେ ପ୍ରଥମ ଥର ପାଇଁ ଦିନକରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ଆକ୍ରାନ୍ତ, ୧୦୨୭ ମୃତ

ବଢୁଛି ଆକ୍ରାନ୍ତ, ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ପାର କରିଛି । ୧୦୨୭ ଜଣଙ୍କ କରୋନାରେ ଜୀବନ ଯାଇଛି । ଗତ ଅକ୍ଟୋବର ୨ ତାରିଖରେ ୧୦୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ସେହିପରି ଦେଶରେ କରୋନା ଗ୍ରାଫ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨ ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ପ୍ରଥମ ଥର ଗୋଟିଏ ଦିନରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ଦେଶରେ ଲଗାତର କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚିଛି । କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫ ହେଲାଣି । ଦେଶରେ ଆକ୍ଟିଭ୍‌ କେସ୍‌ ୧୩ ଲକ୍ଷ ୬୫ ହଜାର ୭୦୪ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.