Below header

ପ୍ରେମିକାକୁ ହତ୍ୟା, ହତ୍ୟା ପରେ ମୃତଦେହ ଫିଙ୍ଗି ଚମ୍ପଟ ମାରିଥିଲା ପ୍ରେମିକ

ପ୍ରେମିକାକୁ ହତ୍ୟା । ଭୁବନେଶ୍ବର ଉପଖଣ୍ଡ ଧଉଳି ଥାନା ଅଞ୍ଚଳର ଦୟା ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଭୁବନେଶ୍ୱର: ପ୍ରେମିକାକୁ ହତ୍ୟା । ହତ୍ୟା ପରେ ମୃତଦେହ ଫିଙ୍ଗିଦେଇ ଚମ୍ପଟ ମାରିଥିଲା ପ୍ରେମିକ। ଭୁବନେଶ୍ବର ଉପଖଣ୍ଡ ଧଉଳି ଥାନା ଅଞ୍ଚଳର ଦୟା ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳର ଭାଗ୍ୟ ଡାକୁଆ । ମାମଲାରେ ପ୍ରେମିକ ସହ ୩ ଜଣଙ୍କୁ ଅଟକ ରଖିଛି ଧଉଳି ଥାନା ପୋଲିସ।

୪ ମାସ ତଳେ ପ୍ରେମିକ ସହ ଘରୁ ପଳେଇ ଆସିଥିଲେ ଯୁବତୀ । ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିବା ପାଇଁ ନେଉଥିବା ବେଳେ ବାଇକରୁ ପଡିଯାଇଥିଲେ । ପରେ ସେଠାରୁ ବାଇକ ଓ ମୃତଦେହ ଛାଡ଼ି ପଳାଇ ଯାଇଥିଲେ। ଧଉଳି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.