BSKY କାର୍ଡରେ ଉତ୍ତମ ସ୍ୱାସ୍ଥ୍ୟସେବା ନାଁ ରେ କୋଟିକୋଟି ଟଙ୍କା ଦଲାଲ ମାଧ୍ୟମରେ ଲୁଟୁଥିବା ଅଭିଯୋଗ
ଛତିଶଗଡ ସୀମାନ୍ତ ଅଞ୍ଚଳରେ ଦଲାଲ ହୋଇଛନ୍ତି ସକ୍ରିୟ l ଲୁଟ୍ କରିବାର ସବୁ ସୀମା ପାର୍ କଲେ । ରୋଗ ଛାଡ଼ିବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଓଡିଶାର କୌଣସି ବି ଜନସାଧାରଣ ଟଙ୍କା ପାଇଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ଓଡିଶା ସରକାର BSKY କାର୍ଡ ସମସ୍ତ ଗରିବ ମାନଙ୍କୁ ଯୋଗାଇ ଦେଇଛନ୍ତି l ଅଧିକ ସ୍ୱାସ୍ଥ୍ୟ ସେବା ପାଇଁ ଓଡିଶା ବାହାରର କିଛି ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି BSKY କାର୍ଡରେ ଚିକିତ୍ସା ପାଇଁ ସୁବିଧା କରାଯାଇଛି ।

ବଲାଙ୍ଗିର : ଛତିଶଗଡ ସୀମାନ୍ତ ଅଞ୍ଚଳରେ ଦଲାଲ ହୋଇଛନ୍ତି ସକ୍ରିୟ l ଲୁଟ୍ କରିବାର ସବୁ ସୀମା ପାର୍ କଲେ । ରୋଗ ଛାଡ଼ିବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଓଡିଶାର କୌଣସି ବି ଜନସାଧାରଣ ଟଙ୍କା ପାଇଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ଓଡିଶା ସରକାର BSKY କାର୍ଡ ସମସ୍ତ ଗରିବ ମାନଙ୍କୁ ଯୋଗାଇ ଦେଇଛନ୍ତି l ଅଧିକ ସ୍ୱାସ୍ଥ୍ୟ ସେବା ପାଇଁ ଓଡିଶା ବାହାରର କିଛି ଘରୋଇ ଡାକ୍ତରଖାନାରେ ମଧ୍ୟ ଏହି BSKY କାର୍ଡରେ ଚିକିତ୍ସା ପାଇଁ ସୁବିଧା କରାଯାଇଛି ।
ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ୧୦ ଜଣ ଗରିବ ବୃଦ୍ଧ ରୋଗୀଙ୍କୁ ରୟପୁରରେ ଉତ୍ତମ ସ୍ୱାସ୍ଥ୍ୟସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରେ ମିଳୁଥିବା କହି ଜଣେ ମହିଳା ଦଲାଲଙ୍କ ମାଧ୍ୟମରେ ଛତିଶଗଡ ରୟପୁରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ କେବଳ ପ୍ରାଥମିକ ଚିକିତ୍ସା କରି ରୋଗୀଙ୍କର ହାତ ଗୋଡ଼ ଯନ୍ତ୍ରଣା ହେଉଥିବା ସ୍ଥାନର ଫୋଟୋ ଉଠାଇ ରୋଗୀଙ୍କୁ ହସ୍ପିଟାଲରେ ଆଠଦିନ ରଖିଥିଲେ । ଆଉ ସେହି ସମୟରେ BSKY କାର୍ଡରୁ ଟଙ୍କା ଲୁଟି ନେଇଥିଲେ ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । କିନ୍ତୁ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ହୋଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । କିଛି ଲୋକଙ୍କ ପାଖକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ ହୋଇଥିବା ମେସେଜ ଆସିଥିବା ବେଳେ କିଛି ଲୋକଙ୍କ ପାଖକୁ କୌଣସି ମେସେଜ ଆସିନଥିଲା l
ପାଟଣାଗଡ଼ ଥାନା ଦଲଦଲି ଗ୍ରାମର ଚାରିଜଣ ଗରିବ ଲୋକଙ୍କୁ ରୟପୁରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ କହି ବନେଇମୁଣ୍ଡାର ଜଣେ ମହିଳା ଦଲାଲ ରୟପୁର ନେଇଥିଲେ l ରୟପୁରର ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଆଠଦିନ ରଖି ପ୍ରାଥମିକ ଚିକିତ୍ସା କରାଇ ପୁଣି ନେଇଥିବା ଗାଡିରେ ଗାଁ କୁ ଦଲାଲଙ୍କ ସହ ଫେରାଇ ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ l ଦଲଦଲି ଗ୍ରାମର ଅନିରୁଦ୍ଧ ନାଏକଙ୍କ ବାପା’ ମା ଚିକିତ୍ସା ପାଇଁ ଯାଇଥିବା ବେଳେ ଘରକୁ ଫେରିଲା ପରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟି ନଥିବାରୁ ଆଣିଥିବା ଆମ୍ବୁଲାନ୍ସ ଡ୍ରାଇଭର ଓ ମହିଳା ଦଲାଲକୁ ବିଲ ମାଗିଥିଲେ l ସେମାନଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିବାରୁ ଗ୍ରାମରେ ଥିବା ସିଦ୍ଧିବିନାୟକ ଯୁବକ ସଂଘର ସଦସ୍ୟ ମାନଙ୍କୁ ଡାକି ଏ ବିଷୟରେ କହିବା ସହିତ ଆମ୍ବୁଲାନ୍ସକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଯୁବକ ସଂଘ କର୍ମକର୍ତ୍ତା l ପରେ ପାଟଣାଗଡ଼ ପୋଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ l
ଗରିବ ଲୋକଙ୍କୁ BSKY କାର୍ଡ ରେ ଉତ୍ତମ ସ୍ୱାସ୍ଥ୍ୟସେବା ନାଁ ରେ କୋଟିକୋଟି ଟଙ୍କା ଦଲାଲ ମାଧ୍ୟମରେ ଲୁଟୁଥିବା ରୟପୁରର ଘରୋଇ ଡାକ୍ତରଖାନା ନାଁ ରେ ଆସିଛି ଅଭିଯୋଗ l ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟୁନଥିବା ବେଳେ କାହାସ୍ୱାର୍ଥରେ ଘରକୁ ଗାଡି ଆଣି ଲୋକଙ୍କୁ ନେଇ ପୁଣି ଘରକୁ ଫେରାଉଛି ରୟପୁର ଏହି ଘରୋଇ ଡାକ୍ତରଖାନା l ଯାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ଦରକାର ନହେଲେ ରୟପୁର ଡାକ୍ତରଖାନା କର୍ତ୍ତୃପକ୍ଷ ଓଡିଶା ଟଙ୍କା ନେଇ ମାଲେମାଲ ହେବା ବେଳେ ରୋଗୀ ଏମିତି ଦଲାଲ ଦ୍ୱାରା ଶୋଷଣ ହେଉଥିବେ ବୋଲି ଅଞ୍ଚଳ ରେ ଚର୍ଚ୍ଚା ହେଉଛି l