ଟଳିଲା ବଡ ଦୁର୍ଘଟଣା, ମଝି ଆକାଶରେ ଉଡ଼ିଗଲା ବୋଇଂ ବିମାନର ଇଞ୍ଜିନ କଭର: ଭିଡିଓ ଭାଇରଲ

ଆମେରିକା ଡେନଭର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା ବୋଇଂ ବିମାନ ୭୩୭ । ୩ ହଜାର ମିଟରରୁ ଅଧିକ ଉପରକୁ ଉଠି ସାରିଥିବା ବିମାନ ପୁଣି ଥରେ ଲ୍ୟାଣ୍ଡିଂ କଲା । ଉଡ଼ାଣ ଭରିବା ପରେ ବିମାନର ଇଞ୍ଜିନ କଭର ଉଡ଼ି ଯାଇଥିଲା ।

ଅଳ୍ପକେ ବର୍ତ୍ତିଗଲା ବଡ ବିମାନ ଦୁର୍ଘଟଣା । ଆମେରିକାର ସାଉଥୱେଷ୍ଟ ଏୟାରଲାଇନର ଏକ ବିମାନ ଉଡାଣ ଭରିବାର କିଛି ସମୟ ପରେ ଏହାର ଇଂଜିନ କଭର ବାହାରିଯାଇ ଓ୍ଵିଙ୍ଗ ଫ୍ଲିପରେ ଲାଗିଯାଇଥିଲା । ଏହି ଘଟଣାର ଭିଡିଓ ଝରକା ପାଖରେ ବସିଥିବା ଜଣେ ଯାତ୍ରୀ କରିଦେଇଥିଲେ । ଆଉ ଆପତ୍ତକାଳୀନ ସ୍ଥିତିରେ ବିମାନଟି ଡେନଭରକୁ ଫେରିଥିଲା । ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଖବର ମୁତାବକ, ଆମେରିକା ଡେନଭର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା ବୋଇଂ ବିମାନ ୭୩୭ । ୧୩୫ ଯାତ୍ରୀଙ୍କୁ ନେଇ ହଷ୍ଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୩ ହଜାର ମିଟରରୁ ଅଧିକ ଉପରକୁ ଉଠି ସାରିଥିବା ବିମାନ ପୁଣି ଥରେ ଲ୍ୟାଣ୍ଡିଂ କଲା । ଉଡ଼ାଣ ଭରିବା ପରେ ବିମାନର ଇଞ୍ଜିନ କଭର ଉଡ଼ି ଯାଇଥିଲା । ଝରକା ପାଖରେ ବସିଥିବା ଜଣେ ଯାତ୍ରୀ ଏହାର ଭିଡିଓ କରିଥିଲେ । ଭିଡିଓଟି ଭାଇରଲ ହେବା ପରେ ଯାତ୍ରୀ ଭୟଭୀତ ହୋଇପଡିଥିଲେ ।


ଇଂଜିନ କଭର ଉଡ଼ିବା ପରେ ପୁଣି ଡେନଭର ବିମାନ ବନ୍ଦରକୁ ଫେରିଥିଲା ବୋଇଂ ବିମାନ । ସୁରକ୍ଷିତ ଅବରତଣ କରିଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ଆଉ ଏକ ବିମାନରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ବିମାନ ଚଳାଚଳ ସଂସ୍ଥା ଏହି ଘଟଣାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ, ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା । ଇଣ୍ଡିଗୋ ଫ୍ଲାଇଟ୍ 6E-784 ଉଡ଼ାଣ ଭରିବା ପରେ ଇଞ୍ଜିନ୍ ଖରାପ ହୋଇଥିବା ବିମାନ କର୍ମଚାରୀ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ରିପୋର୍ଟ ଅନୁଯାୟୀ ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ ।

ଜୟପୁରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E784 ଟେକନିକାଲ ସମସ୍ୟା ପାଇଁ ଜୟପୁରକୁ ଫେରିଯାଇଥିଲା । ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମକୁ ଫୋଲୋ କରି ବିମାନକୁ ଜୟପୁରରେ ଲ୍ୟାଣ୍ଡିଂ କରିଥିବା ସୂଚନା ମିଳିଥିଲା । ଯାତ୍ରୀମାନଙ୍କ ପାଇଁ ଅନ୍ୟ ବିମାନର ସୁବିଧା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.