ନାଗପୁରରେ ବଡ଼ ଦୁର୍ଘଟଣା: ଦ୍ରୁତଗାମୀ କଣ୍ଟେନର ଧକ୍କାରେ ୧୨ ଗାଡ଼ି ଭାଙ୍ଗି ଚୁର୍‌ମାର, ୪ ଆହତ

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମନକାପୁର ଅଞ୍ଚଳରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କାରେ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମନକାପୁର ଅଞ୍ଚଳରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କାରେ ଗୋଟିଏ ପରେ ଗୋଟିଏ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମୋଟ ୧୨ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୯ଟି କାର୍‌ ଏବଂ ଏକ ଆମ୍ବୁଲାନ୍ସ ଓ ବାଇକ୍‌ ରହିଛି । ସମସ୍ତ ଗାଡ଼ି ଭାଙ୍ଗି ଚୁର୍‌ମାର ହୋଇଯାଇଛି । ଦୁର୍ଘଟଣାରେ ୪ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି ।

ନାଗପୁରରେ ଏହି ସଡ଼କ ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଥିଲା । ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଯେ କଣ୍ଟେନରର ସ୍ପିଡ୍‌ ଏତେ ଅଧିକ ଥିଲା ଯେ ଏହା ରାସ୍ତାରେ ଯାଉଥିବା ଗୋଟିଏ ପରେ ଗୋଟିଏ ୯ଟି କାର୍‌କୁ ଧକ୍କା ଦେଇ ଚାଲିଥିଲା । ଏହି ସମୟରେ କଣ୍ଟେନରଟି ଏକ ଆମ୍ବୁଲାନ୍ସ ଓ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା ।

ସେପଟେ ୩ ଦିନ ପୂର୍ବରୁ ମଧ୍ୟ ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଡିଣ୍ଡୋରୀ ନିକଟରେ ଏହିପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଥିରେ ଏସ୍‌ୟୁଭି କାର୍‌ ଏକ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଲୋକ ଆହତ ହୋଇଥିଲେ ।

ପୋଲିସ ମୁତାବକ, ଏହି ଦୁର୍ଘଟଣା ଏପ୍ରିଲ ୫ ତାରିଖ ଦ୍ୱିପ୍ରହର ସମୟରେ ଘଟିଥିଲା । ଏସ୍‌ୟୁଭି ତୀର୍ଥ ନଗରୀ ଓ୍ଵାନିରୁ ନାସିକ ଆଡ଼କୁ ଯାଉଥିଲା । ଗାଡ଼ିଟି ଦ୍ରୁତଗତିରେ ଥିଲା । ଏହି ସମୟରେ ଏସ୍‌ୟୁଭି ଚାଳକ ହଠାତ୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହା ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏହାପରେ ସେଠାରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.