ଗୁରୁଗ୍ରାମ : ମଦ୍ୟପାନ ଯୋଗୁ ମଲ୍‌ରେ ଗୁଳିକାଣ୍ଡ, ୨୬ ବର୍ଷୀୟ ଯୁବକ ଆହତ

ହରିୟାଣାର ଗୁରୁଗ୍ରାମର ଏକ ମଲ୍‌ରେ କିଛି ଲୋକମାନେ ମଦ୍ୟପାନ କରି ଝଗଡା କରୁଥିବା ସମୟରେ ଜଣେ ୨୬ ବର୍ଷର ପିଲାକୁ ଗୁଳି କରିଛନ୍ତି । ତୀବ୍ର ଯୁକ୍ତିତର୍କ ପରେ ଅଭିଯୁକ୍ତ ମୋହିତଙ୍କ ଉପରକୁ ଗୁଳି ଚଳାଇଥିଲେ, ତେବେ ଗୁଳିଟି ତାଙ୍କ ଗୋଡରେ ବାଜିଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ରବିବାର ସକାଳେ ହରିୟାଣାର ଗୁରୁଗ୍ରାମର ଏକ ମଲ୍‌ରେ କିଛି ଲୋକମାନେ ମଦ୍ୟପାନ କରି ଝଗଡା କରୁଥିବା ସମୟରେ ଜଣେ ୨୬ ବର୍ଷର ପିଲାକୁ ଗୁଳି କରିଛନ୍ତି । ତେବେ ଯୁବକଟିର ଗୋଡରେ ଗୁଳି ବାଜିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ରାଜସ୍ଥାନର ସୁରଟଗଡର ବାସିନ୍ଦା ଯୁବକ ହେଉଛନ୍ତି ମୋହିତ ବୋଲି ଜଣା ପଡିଛି । ତେବେ ସକାଳ ପ୍ରାୟ ୬ଟାରେ ଡିଟି ସିଟି ସେଣ୍ଟର ମଲରେ ଏହି ଘଟଣା ଘଟିଥିଲା । ପୋଲିସର ସୂଚନାନୁସାରେ, ମୋହିତ ଗୁରୁଗ୍ରାମକୁ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ ।

ପୋଲିସ କହିଛି ଯେ ମୋହିତ ଶନିବାର ବିଳମ୍ବିତ ରାତିରେ ତାଙ୍କର ଦୁଇ ସାଙ୍ଗଙ୍କ ସହ ମଲ୍‌ର ଏକ କ୍ଲବକୁ ଯାଇଥିଲେ, କିନ୍ତୁ ବାହାରକୁ ଆସିବାବେଳେ ସେ କ୍ଲବରେ ଜଣେ ବ୍ୟକ୍ତିଙ୍କ ସହ ମଦ୍ୟପାନ କରି ଯୁକ୍ତିତର୍କ କରିଥିଲେ । ତୀବ୍ର ଯୁକ୍ତିତର୍କ ପରେ ଅଭିଯୁକ୍ତ ମୋହିତଙ୍କ ଉପରକୁ ଗୁଳି ଚଳାଇଥିଲେ, ତେବେ ଗୁଳିଟି ତାଙ୍କ ଗୋଡରେ ବାଜିଥିଲା ବୋଲି ଅଧିକାରୀ କହିଛନ୍ତି । ପୋଲିସ କହିଛି ଯେ ମୋହିତଙ୍କୁ ତାଙ୍କ ସାଙ୍ଗମାନେ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ରହିଛି । ଏହି ଘଟଣାରେ ମୋହିତଙ୍କ ଜଙ୍ଘରେ ଗୁଳି ବାଜିଥିବା ପୋଲିସ କହିଛି ।

ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି । ସେ କହିଥିଲେ ଯେ ମୋହିତ ତାଙ୍କ ଭାଇଙ୍କୁ ଭେଟିବା ପାଇଁ କିଛି ଦିନ ପୂର୍ବରୁ ଦିଲ୍ଲୀ ଆସିଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ରବିବାର ସକାଳ ପ୍ରାୟ ୬ ଟାରେ ଏମଜି ରୋଡରେ ଥିବା ଡିଟି ସିଟି ସେଣ୍ଟର୍ ମଲରେ ଏହି ଘଟଣା ଘଟିଥିଲା । ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସାଙ୍ଗଙ୍କ ସହ ମୋହିତ ମଲର ଏକ କ୍ଲବକୁ ଯାଇଥିଲେ । ସେ କ୍ଲବରେ ଜଣେ ବ୍ୟକ୍ତିଙ୍କ ସହ ମଦ୍ୟପାନ କରି ଯୁକ୍ତିତର୍କ କରିଥିଲେ । ଅଧିକାରୀ କହିଛନ୍ତି ଯେ ଯୁକ୍ତିତର୍କ ବଢିବା ଯୋଗୁ ଅଭିଯୁକ୍ତ ମୋହିତଙ୍କ ଉପରକୁ ଗୁଳି ଚଳଲାଇ ଥିଲେ, ଯାହା ତାଙ୍କ ଜଙ୍ଘରେ ବାଜିଥିଲା ।

ପୋଲିସ ଅଧିକାରୀ କହିଛନ୍ତି, ମୋହିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଅଛନ୍ତି ବୋଲି କୁହାଯାଉଛି । ତେବେ ମୋହିତଙ୍କ କହିବା ଅନୁଯାୟୀ, ପୋଲିସ ସେହି ଅପରାଧୀଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ଏକ ଏଫଆଇଆର ଦାଖଳ କରିଛି । ଏହା ସହ ମାମଲାର ତଦନ୍ତ ମଧ୍ୟ ଚାଲିଛି । ତେବେ ପୋଲିସ ଏହା ମଧ୍ୟ କହିଛି, ଯେ ଅପରାଧୀଙ୍କୁ ଶୀଘ୍ର ଖୋଜି ଗିରଫ କରାଯିବ ଏବଂ ଦଣ୍ଡ ଦିଆ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.