Below header

ପିକନିକ୍ ସାରି ଫେରିବା ବାଟରେ ଲାଗିଗଲା ଭୂତ ! ୩ ଛାତ୍ରୀ ଏବଂ ଜଣେ ଛାତ୍ର ଗୁରୁତର

ଭୂତ ଲାଗି ୪ ନାବାଳିକା ଏବଂ ଜଣେ ନାବାଳକ ଗୁରୁତର । ମିଳିଥିବା ସୂଚନା ମୁତାବକ, ସୋରର ବିଭିନ୍ନ ସ୍କୁଲରେ ଗେଲ୍ଲୀ ପାତ୍ର ଟିଉସନ କରିଥାନ୍ତି । ତେବେ ଟିଉସନ ହେଉଥିବା ପ୍ରାୟ ୨୨ ଛାତ୍ରଛାତ୍ରୀ ଏକ ବସ ଯୋଗେ ପିକିନିକ୍ ଯାଇଥିଲେ । ପଞ୍ଚୁଲିଙ୍ଗେଶ୍ୱର, ରେମୁଣା ଜଗନ୍ନାଥ ମନ୍ଦିର କ୍ଷୀରଚୋରା ଓ ଚାନ୍ଦିପୁର ସି ବିଚ୍ ବୁଲା ବୁଲି କରି ଫେରିଲା ବେଳେ ହଠାତ୍ ୩ ଛାତ୍ରୀ ଏବଂ ଜଣେ ଛାତ୍ର ଅଜବ ବ୍ୟବହାର କରିଥିଲେ ।

ସୋର(କେନ୍ୟୁଜ):  ଭୂତ ଲାଗି ୪ ନାବାଳିକା ଏବଂ ଜଣେ ନାବାଳକ ଗୁରୁତର । ମିଳିଥିବା ସୂଚନା ମୁତାବକ, ସୋରର ବିଭିନ୍ନ ସ୍କୁଲରେ ଗେଲ୍ଲୀ ପାତ୍ର ଟିଉସନ କରିଥାନ୍ତି । ତେବେ ଟିଉସନ ହେଉଥିବା ପ୍ରାୟ ୨୨ ଛାତ୍ରଛାତ୍ରୀ ଏକ ବସ ଯୋଗେ ପିକିନିକ୍ ଯାଇଥିଲେ । ପଞ୍ଚୁଲିଙ୍ଗେଶ୍ୱର, ରେମୁଣା ଜଗନ୍ନାଥ ମନ୍ଦିର କ୍ଷୀରଚୋରା ଓ ଚାନ୍ଦିପୁର ସି ବିଚ୍ ବୁଲା ବୁଲି କରି ଫେରିଲା ବେଳେ ହଠାତ୍ ବରଫ କଳ ଠାରେ ଭବାନୀ ନାୟକ, ଶେଫାଳି ନାୟକ, ସସ୍ମିତା ବେହେରା ଓ ନମିତା ବେହେରା ନାମକ ୩ ଛାତ୍ରୀ ଏବଂ ଜଣେ ଛାତ୍ର ଅଜବ ବ୍ୟବହାର କରିବା ସହିତ ଗୁରୁତର ହୋଇପଡିଥିଲେ ।

ଯାହାଫଳରେ ସେମାନଙ୍କୁ ତୁରନ୍ତ ସୋର ଡାକ୍ତରଖାନା ଆଣଯାଇଥିଲା । ସେଠାରେ ଡାକ୍ତରଖାନା ସମ୍ମୁଖରେ ସେମାନେ ଚିତ୍କାର କରି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏପଟେ ଛାତ୍ର ଛାତ୍ରୀଙ୍କ ଦେହରେ ଭୂତ କିମ୍ବା ଫିଡ଼ସ ମାରିଥିବା କଥା କିଛି ସମ୍ପର୍କୀୟ କହୁଛନ୍ତି । ହେଲେ ଏକାବେଳକେ ୪ଜଣ ଏଭଳି ଅସ୍ୱାଭାବିକ ଆଚରଣ କରିବାଟା ସ୍ୱାଭାବିକ କଥା ନୁହେଁ । ଏଭଳି କାହିଁକି, କଣ ପାଇଁ ହେଲା ଏହା ପଛର କାରଣ କଣ, ଏକଥାର ପ୍ରକୃତ ସତ୍ୟାସତ୍ୟ କାହାକୁ ଜଣାନଥିବାବେଳେ, ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ସେ ଯାହାବି ହେଉ ନିଜ ପିଲାଙ୍କର ଏଭଳି ଅବସ୍ଥା ଦେଖି ଅଭିଭାବକଙ୍କ ସହିତ ଉପସ୍ଥିତ ସମସ୍ତ ଲୋକ ଏକ ପ୍ରକାରର ଭୟଭିତ ହୋଇପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.