‘ମୁମ୍ବାଇ ବିସ୍ଫୋରଣରେ ଉଡିବ …’ ଧମକପୂର୍ଣ୍ଣ କଲ୍‌ ଆସିବା ପରେ ହାଇ ଆଲର୍ଟରେ ମୁମ୍ବାଇ ପୋଲିସ

ନୂଆବର୍ଷ ପୂର୍ବରୁ ହାଇ ଆଲର୍ଟରେ ମୁମ୍ବାଇ ପୋଲିସ୍ । ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରକ ରଖା ଯାଇଛି ବୋଲି କହି ଅଜଣା ବ୍ୟକ୍ତି ଜଣକ ଫୋନ୍ କାଟି ଦେଇଥିଲା । ଏହାପରେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ କଡ଼ା ପଦକ୍ଷେପ ନିଆଯାଇଛି ।

ନୂଆବର୍ଷ ପୂର୍ବରୁ ହାଇ ଆଲର୍ଟରେ ମୁମ୍ବାଇ ପୋଲିସ୍ । ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରକ ରଖାଯାଇଛି ବୋଲି ଏକ ଅଜଣା କଲ୍ ଆସିବା ପରେ ମୁମ୍ବାଇ ପୋଲିସ୍ ତତ୍ପର ହୋଇ ଉଠିଛି । ଗତକାଲି ସନ୍ଧ୍ୟା ୬ଟାରେ ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି ଅଜଣା ଫୋନ୍ କଲ୍ ଆସିଥିଲା ।

ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରକ ରଖା ଯାଇଛି ବୋଲି କହି ଅଜଣା ବ୍ୟକ୍ତି ଜଣକ ଫୋନ୍ କାଟି ଦେଇଥିଲା । ଏହାପରେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା । ତେବେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ପୋଲିସ କଲ୍‌ ଡିଟେଲ ଜାଣିବା ପାଇଁ ଚେଷ୍ଟା କରୁଛି । ତଥାପି ପୋଲିସ୍ ପକ୍ଷରୁ ସୁରକ୍ଷା ଦିଗରେ କଡ଼ା ପଦକ୍ଷେପ ନିଆଯାଇଛି ।

ତେବେ ଏଭଳି ଘଟଣା ପ୍ରଥମଥର ପାଇଁ ନୁହେଁ । ପୂର୍ବରୁ ଅନେକ ଥର ଏଭଳି ଧମକପୂର୍ଣ୍ଣ କଲ୍‌ ଆସିସାରିଛି । ଏହା ପୂର୍ବରୁ ଆରବିଆଇ ଅଫିସ ସହିତ ମୁମ୍ବାଇର ୧୧ଟି ଅଲଗା ଅଲଗା ସ୍ଥାନରେ ବୋମା ଥିବା ଧମକ ମିଳିଥିଲା । ୨୬ ଡିସେମ୍ବରରେ ଏହି ମାମଲାକୁ ନେଇ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗୁଜରାଟରୁ ୩ ଜଣକୁ ଗିରଫ କରିଥିଲା । ଆରବିଆଇ ଅଫିସକୁ ଇମେଲରେ ବୋମାରେ ଉଡାଇବାକୁ ଧମକ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.