ମେଡିକାଲ ଜଗତରେ ଆଉ ଏକ ସଫଳତା, ଦୁଇ ମାସ ଶିଶୁର ଟ୍ରାନ୍ସପ୍ଲାଣ୍ଟ ହେଲା ବୋନ୍‌ ମ୍ୟାରୋ

ବବଲ ବେବି ସିଣ୍ଡ୍ରୋମରେ ପୀଡିତ ଦୁଇ ମାସର ଝିଅ ଉପରେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଏହି ଟ୍ରାନ୍ସପ୍ଲାଣ୍ଟ ପରେ ସେହି ଝିଅଟି ଦେଶର ସବୁଠାରୁ କମ୍‌ ବୟସର ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଔଷଧ କ୍ଷେତ୍ରରେ ଏକ ଚମତ୍କାର ଘଟଣା ଘଟିଛି । ବବଲ ବେବି ସିଣ୍ଡ୍ରୋମରେ ପୀଡିତ ଦୁଇ ମାସର ଝିଅ ଉପରେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଏହି ଟ୍ରାନ୍ସପ୍ଲାଣ୍ଟ ପରେ ସେହି ଝିଅଟି ଦେଶର ସବୁଠାରୁ କମ୍‌ ବୟସର ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ବାସ୍ତବରେ ଅନିଶା ବାନ୍ଦେକରଙ୍କୁ କର୍ଣ୍ଣାଟକର କରଓ୍ଵାରରୁ ପାରେଲର ଓ୍ଵାଡିଆ ହସ୍ପିଟାଲକୁ ୧୯ ଦିନ ବୟଷରେ ଅଣାଯାଇଥିଲା । ଏହା ସହ ଆସନ୍ତା ଦୁଇ ମାସ ମଧ୍ୟରେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ତେବେ ଏହି ପରି ଭାବେ ମେଡିକାଲ ଜଗତରେ ମିଳିଛି ଏକ ବଡ ସଫଳତା ।

ସୂଚନା ମୁତାବକ, ଯେଉଁମାନେ ଗୁରୁତର ମିଳିତ ଇମ୍ୟୁନୋଡେଫିସିଏନ୍ସିରେ ପିଡୀତ, ସେମାନେ ଇମ୍ୟୁନୋ ସିଷ୍ଟମ୍‌ ବିନା ଜନ୍ମ ହୁହନ୍ତି ଯାହା ତାଙ୍କୁ ପ୍ରତ୍ୟେକ ଛୋଟ ସଂକ୍ରମଣକୁ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଓ୍ଵାଡିଆ ହସ୍ପିଟାଲର ବିଏମଟି ବିଭାଗର ମୁଖ୍ୟ ଡକ୍ତର ପ୍ରଶାନ୍ତ ହିଓ୍ଵାର୍କର କହିଛନ୍ତି ଯେ ‘ଅଳ୍ପ ସମୟ ମଧ୍ୟରେ ଆମେ ଡୋନର ରେଜିଷ୍ଟ୍ରିରୁ ଅନେକ ଷ୍ଟେମ ସେଲ ମ୍ୟାଚ୍‌ ପାଇବାରେ ସଫଳ ହୋଇଥିଲୁ ଏବଂ ଅନିଶାଙ୍କୁ ସୁସ୍ଥ ହେବାରେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଇପାରିଥିଲୁ ।

ଏହା ସହ ସେ କହିଛନ୍ତି ଯେ ବବଲ ବେବିମାନଙ୍କୁ ଠିକ୍‌ ହେବା ପାଇଁ ବହୁତ ସମୟ ଲାଗିଥାଏ । ତେବେ ସେହି ବେବିମାନେ ସାଧାରଣତଃ ବିଳମ୍ବରେ ଜନ୍ମ ହୋଇଥାନ୍ତି । କିନ୍ତୁ ଅନିଶାଙ୍କ କ୍ଷେତ୍ରରେ କରଓ୍ଵାର ଏବଂ ମାଙ୍ଗାଲୋରର ଡକ୍ତର ଠିକ୍‌ ସମୟରେ ପରାମର୍ଶ ସାହାଯ୍ୟରେ ଏପରି କରିଥିଲେ । ତେବେ ଅନିଶାଙ୍କ ପିତାମାତାଙ୍କର ଅନ୍ୟ ଏକ ପିଲା ଥିଲା ଯାହାକୁ ଅନେକ ରାଉଣ୍ଡ ସଂକ୍ରମଣ ସହିବାକୁ ପଡୁଥିଲା । କିନ୍ତୁ ୧୧ ମାସ ବୟସରେ ସେହି ଶିଶୁଟିର ଦେହାନ୍ତ ହୋଇଥିଲା ।

ଏହା ସହ କରଓ୍ଵାରର ସିଭିଲ୍‌ କଣ୍ଟ୍ରାକ୍ଟର ଗୀତାଶ ବ୍ୟାଣ୍ଡେକର କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ଡକ୍ତରମାନେ ଆମକୁ କହିଥିଲେ ଯେ ଯଦି ଆମର ଆଉ ଏକ ସନ୍ତାନ ଅଛି, ତେବେ ତୁରନ୍ତ କିଛି ପରୀକ୍ଷା କରିବା ଉଚିତ୍‌ । ଏପରି ଭାବେ ଓ୍ଵାଡିଆ ହସ୍ପିଟାଲକୁ ନଭେମ୍ବର ୯ରେ ବିଏମଟି କରିଥିବା ଅନିଶାଙ୍କୁ ଚାରି ଦିନ ପୂର୍ବରୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ଏହି ପରି ଭାବେ ସେହି ଶିଶୁର ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତା ସହ ସମାପ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.