ଠିକାଦାରର ନିର୍ଯାତନା ସହିନପାରି ବେଙ୍ଗାଲୁରୁ ଚାଲି ଚାଲି ପଟାଙ୍ଗିରେ ପହଞ୍ଚିଲେ ୩ ଶ୍ରମିକ

ପେଟପାଇଁ କଳାହାଣ୍ଡିରୁ ବେଙ୍ଗାଲୁରୁ ଯାଇଥିଲେ ଜୟପାଟଣା ବ୍ଲକ ଟିଙ୍ଗପକାନ ଗାଁର ୩ ଶ୍ରମିକ । ହେଲେ ସେଠାରେ ପାରିଶ୍ରମିକ ମଜୁରୀ ମାଗିବାରୁ ମାଡ ମାରିବା ସହ ଖାଇବା ବନ୍ଦ କରିଦେଇଥିଲା ଠିକାଦାର। ନିର୍ଯାତନାର ସହିତ ମାଡ ମାରିବାରୁ, ଗତ ରବିବାର କମ୍ପାନୀରୁ ଲୁଚିକି ପଳାଇ ଆସିଥିଲେ ତିନି ଶ୍ରମିକ।

ପଟାଙ୍ଗି(କେନ୍ୟୁଜ୍): ପେଟପାଇଁ କଳାହାଣ୍ଡିରୁ ବେଙ୍ଗାଲୁରୁ ଯାଇଥିଲେ ଜୟପାଟଣା ବ୍ଲକ ଟିଙ୍ଗପକାନ ଗାଁର ୩ ଶ୍ରମିକ । ହେଲେ ସେଠାରେ ପାରିଶ୍ରମିକ ମଜୁରୀ ମାଗିବାରୁ ମାଡ ମାରିବା ସହ ଖାଇବା ବନ୍ଦ କରିଦେଇଥିଲା ଠିକାଦାର। ନିର୍ଯାତନାର ସହିତ ମାଡ ମାରିବାରୁ, ଗତ ରବିବାର କମ୍ପାନୀରୁ ଲୁଚିକି ପଳାଇ ଆସିଥିଲେ ତିନି ଶ୍ରମିକ। ଏହାପରେ ଚାଲି ଚାଲି ଗାଁ ଅଭିମୁଖେ ବାହାରିଥିଲେ। ସେମାନେ ହେଉଛନ୍ତି  କାତାର ମାଝୀ,ବୁଦୁ ମାଝୀ ଏବଂ ଭିକାରୀ ମାଝୀ।

ସୂଚନା ଥାଉକି, ଗତ ୨ ମାସ ତଳେ ବାଲୁଗାଁର ଜଣେ ଠିକାଦାରଙ୍କ ସହାୟତାରେ ଏମାନେ କୁଲି କାମ କରିବାକୁ ଯାଇଥିଲେ। ବେଙ୍ଗୁଲୁରରେ ଏକ କମ୍ପାନୀରେ କାମ କଲେ। କିନ୍ତୁ ସେମାନଙ୍କୁ ସେଠାରେ ନିର୍ଯାତନା ଦିଆଗଲା। ଯାହାଫଳରେ ପାଖରେ କିଛି ପଇସା ନଥିବା ଯୋଗୁଁ କିଛି ନ ଖାଇ ନ ପିଇ ଚାଲି ଚାଲି ବେଙ୍ଗାଲୁରୁରୁ ପଟ୍ଟାଙ୍ଗିରେ ଆସି ପହଞ୍ଚିଥିଲେ।

ସେଠାରେ ପହଞ୍ଚିବାପରେ ଡ୍ରାଇଭର ସଂଘର ସଭାପତି ଅର୍ଜୁନ ଖରା,ସାଧାରଣ ସମ୍ପାଦକ ଶରତ କୁମାର ଧଳ,କୋଷାଧ୍ୟକ୍ଷ ଏମ ଉମା ମହେଶ୍ବର ଓ ସାମ୍ବାଦିକ ତ୍ରିନାଥ ଗେମେଲ ପ୍ରମୁଖ ପହଞ୍ଚି ସମସ୍ତ ଘଟଣା ତିନି ଦାଦନ ଶ୍ରମିକଙ୍କ ଠାରୁ ଶୁଣିଥିଲେ। ଏହାପରେ ଉକ୍ତ ତିନି ଦାଦନ ଶ୍ରମିକଙ୍କୁ ୧୫୦୦/- ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇ ଏକ ଗାଡି ଯୋଗେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟନ୍ତ ପଠେଇବା ବ୍ୟବସ୍ଥା କରିଥିଲେ ।