Below header

ଗ୍ରାହକଙ୍କୁ ଲୁଟୁୁଛନ୍ତି ରାଜ୍ୟର ବଡ଼ ବଡ଼ ସୁନା ଦୋକାନ, ଛଅଟି ସହରର ୪୫ ଦୋକାନରେ ହେଲା ଚଢଉ

ଭୁବନେଶ୍ବର(କେନ୍ୟୁଜ୍):    ଗ୍ରାହକଙ୍କୁ ଲୁଟୁୁଛନ୍ତି ରାଜ୍ୟର ବଡ଼ ବଡ଼ ସୁନା ଦୋକାନ । ଛଅଟି ସହରର ୪୫ ଦୋକାନରେ ଚଢଉ ହୋଇଛି । ଏହି ଦୋକାନ ମଧ୍ୟରୁ ୨୯ଟି ଦୋକାନ ଠକୁଥିଲେ । ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ହୋଇଛି । ଭୁବନେଶ୍ୱରର କଲ୍ୟାଣୀ ଜୁଏଲର୍ସ, ଖେମଜୀ ଜୁଏଲର୍ସ, ତନିଷ୍କ ଜୁଏଲର୍ସ, ମେସର୍ସ ଜୁଏଲର୍ସ, କଟକର ଇପାରୀ ଗୋବିନ୍ଦମ, ଜ୍ୟୋତ୍ସ୍ନା ଅଳଙ୍କାର ଭଣ୍ଡାର, ଅନୀତା ଜୁଏଲର୍ସ, ବ୍ରହ୍ମପୁର କେଶବ ଜୁଏଲର୍ସ, ସମ୍ବଲପୁରର ନ୍ୟୁ ପାଏଲ ଜୁଏଲର୍ସକୁ ଜରିମାନା ଆଦାୟ ହୋଇଛି । ଏ କଥା ସ୍ୱୀକାର କରିଛନ୍ତି ଖୋଦ୍‌ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମାପ ଓଜନରେ ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୨୨ରୁ ୨୫ ପର୍ଯ୍ୟନ୍ତ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱରରେ ଚଢଉ ହୋଇଛି । ନିକଟରେ ବିଧାନସଭାରେ ସୁନା ଦୋକାନ ଉପରେ ଚଢାଉ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତରରେ କୌଣସି ଏକ ବଡ଼ ସୁନା ଦୋକାନରେ ଚଢାଉ ହୋଇନଥିବା ଜଣାପଡ଼ିଥିଲା। ଏହାକୁ ନେଇ ବାଚସ୍ପତି ଉଭୟ ବ୍ରହ୍ମପୁର ଓ ଭୁବନେଶ୍ୱର ଭଳିି ସହରରେ ଥିବା ସୁନା ଦୋକାନ ଉପରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.