Below header

ଅଶୁଭ ମଙ୍ଗଳବାର, ବିଭିନ୍ନ ଜାଗାରେ ଦୁର୍ଘଟଣା ଘଟି ଚାଲିଗଲା ୫ ଜଣଙ୍କର ଜୀବନ

କେନ୍ୟୁଜ୍(ବ୍ୟୁରୋ):  ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଦହିସଡା ନିକଟରେ ସଡକ ଦୁର୍ଘଟଣାରେ ବାପ, ପୁଅ ଗୁରୁତର ଆହାତ ହୋଇଥିବା ବେଳେ ମା ମୃତ ।  ଖଇରା ଥାନା କାକୁଡିଆ ଅଞ୍ଚଳର ନିରଞ୍ଜନ ରାଉତ, ସ୍ତ୍ରୀ ମନୋରମା ଓ ପୁଅ ରାଜେନ୍ଦ୍ର ସ୍କୁଟି ରେ ରାତିରେ ବାଲେଶ୍ବର ରୁ ନିଜ ଘର କାକୁଡିଆକୁ ଫେରୁଥିବା ସମୟରେ ଦହିସଡା ନିକଟରେ ଥିବା  ହମ୍ପ୍ସରେ ହଠାତ୍ ସ୍କୁଟି ବ୍ରେକ କରିବାରୁ ମନୋରମା ସ୍କୁଟିର ଖସି ପଡିଥିଲେ । ଫଳରେ ପଛରୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ମନୋରମାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ମନୋରମାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ନିରଞ୍ଜନ ଓ ରାଜେନ୍ଦ୍ର ଗୁରୁତର ଆହାତ ହୋଇଥିଲେ । ଖବର ପାଇ ସୋର ଥାନା ଏ.ଏସ.ଆଇ. ରାଧଗୋବିନ୍ଦ ମଢୁଆଳ ଘଟଣାସ୍ଥଳରେ ପହଞ୍ଚି ଏନ.ଏଚ.ଆଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହାତମାନଙ୍କୁ ସୋର ଡାକ୍ତର ଖାନା କୁ ପଠାଇଥିବା ବେଳେ ମୃତ ମନୋରମାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

ବିଦ୍ୟୁତ ଖଣ୍ଟିରେ ମାଡ଼ ହୋଇ ଦୁଇ ବାଇକ ଆରେହୀ ମୃତ

ବଙ୍ଗୋମୁଣ୍ଡା ଥାନା ସିନ୍ଧେକେଲା ମୁଣ୍ଡପଦର ଗାଁ ଛକ ବୁଲାଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସିନ୍ଧେକେଲା  ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇଜଣ ହେଲେ ସିନ୍ଧେକେଲା ଗାଁର ବବୁଲ ବାରିକ ଓ ମହାଲିଙ୍ଗ ଗାଁର ନିମାଁଇ ହଂସ। ଗୁରୁତର ଜଣଙ୍କର ପରିଚୟ ମିଳିପାରି ନାହିଁ।  ତେବେ ତିନି ଜଣ ଗୋଟିଏ ମୋଟର ସାଇକେଲରେ ସିନ୍ଧେକେଲାରୁ ବଙ୍ଗୋମୁଣ୍ଡା ଆସୁଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଏକ ରାସ୍ତକଡ଼ରେ ଥିବା ସିମେଣ୍ଟ ଖୁଣ୍ଟିରେ ପିଟି  ହୋଇ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ବାଇକ ଦୁର୍ଘଟଣାରେ ୨ଯୁବକ ମୃତ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହେବାରୁ ୨ ଯୁବକଙ୍କ ମୃତ ଘଟିଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଦୁଇଜଣ ଯୁବକ ବାଇକ ଯୋଗେ ଗୁଣ୍ଡିଚାଘାଗି ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାରକରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରିରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.