ଡକାୟତ ଗ୍ୟାଙ୍ଗକୁ ଧରିଲା ଚାଉଳିଆଗଞ୍ଜ ପୋଲିସ୍‌, ହାଇେଓ୍ଵରୁ ଲୁଟୁଥିଲେ ଯାତ୍ରୀଙ୍କୁ

କଟକ : ପୋଲିସ କବ୍ଜା ରେ ଡକାୟତ ଗ୍ୟାଙ୍ଗ। ତିନି ଅଭିଯୁକ୍ତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଏମାନେ ଜାତୀୟ ରାଜପଥରୁ ଯାତ୍ରୀମାନଙ୍କଠାରୁ ଡକାୟତି ଓ ଲୁଟ କରୁଥିଲେ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଏକ ଛୁରୀ, ଦୁଇଟି ମୋବାଇଲ ଫୋନ ଓ ଏକ ସ୍କୁଟି ଜବତ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦିଲୀପ ବିଶୋଇ, ହରିହର ବେହେରା ଓ ବାଦଲ କୁମାର ସାହୁ। ବାଦଲ ନାଁରେ ବିଭିନ୍ନ ଥାନାରେ ୯ଟି ମାମଲା ରହିଛି । ସେହିପରି ଦିଲ୍ଲୀପ ନାଁ ରେ ପାଞ୍ଚଟି ମାମଲା ରହିଥିବା ପୋଲିସ୍‌ ସୂଚନା ଦେଇଛି । ତେବେ ଏହି ଚଢ଼ାଉ ବେଳେ ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ସଦସ୍ୟ ଖସି ପଳାଇଛନ୍ତି । ସେମାନଙ୍କୁ ଧରିବା ଲାଗି ତନାଘନା ଚାଲିଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.