Below header

5T ନୋଡାଲ ଅଫିସର ମୋନା ଶର୍ମାଙ୍କ ଘଟଗାଁ ପରିଦର୍ଶନ: ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି, ବିଭିନ୍ନ ସ୍କୁଲ ଓ ଉନ୍ନୟନ କାର୍ଯ୍ୟ କଲେ ସମୀକ୍ଷା

ଘଟଗାଁ : ଘଟଗାଁ ପରିଦର୍ଶନ କରିଛନ୍ତି ଫାଇଭ ଟି ନୋଡାଲ ଅଫିସର ମୋନା ଶର୍ମା । ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି, ବିଭିନ୍ନ ସ୍କୁଲ ଓ ଉନ୍ନୟନ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀ ସେବା ଓ ସ୍ୱାସ୍ଥ୍ୟକେନ୍ଦ୍ରର ପରିଷ୍କାର ପରିଚ୍ଛନତା ଦେଖି ଖୁସି ବ୍ୟକ୍ତ କରିଥିଲେ । ତେବେ ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲେକେ ନୋଡାଲ ଅଫିସରଙ୍କୁ ଜଣାଇଥିଲେ । ଏହାପରେ ମୁକୁନ୍ଦପୁର ପାଟଣା ପଞ୍ଚାୟତରେ ଇନ୍ଦିରା ଆବାସ ଗୃହ ଓ ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା କମୁନିଟି ସେଣ୍ଟର କାର୍ଯ୍ୟ ବୁଲି ଦେଖିଥିଲେ । ପରେ ଟେରାକୋଟା ଦ୍ୱାରା ଆତ୍ମନିର୍ଭରଶୀଳ ହୋଇଥିବା ହଳଧରପୁର ଗାଁରେ ମହିଳାଙ୍କ କାରୁକାର୍ଯ୍ୟ ବୁଲି ଦେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.