Below header

ଚକ୍ଷୁ ଅପରେସନରେ ତ୍ରୁଟି: ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ହରାଇଲେ ୬ ବୟସ୍କ

ଚକ୍ଷୁ ଅପରେସନରେ ତ୍ରୁଟି । ମୋତିଆବିନ୍ଧୁ ଚିହ୍ନଟ ଓ ଅପରେସନକୁ ସଠିକ ଭାବେ ହେଉ ନଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ସହରରେ ଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲରୁ । ଏଠାରେ ଅସ୍ତ୍ରୋପଚାର କରାଇ ଜିଲ୍ଲାର ୬ ଜଣ ଗରିବ ଓ ନିରୀହ ବୃଦ୍ଧବୃଦ୍ଧାମାନେ ନିଜ ଦୃଷ୍ଟି ଶକ୍ତି ହରାଇ ବସିଥିବା ଅଭିଯୋଗ ଆଣିଛନ୍ତି ।

ଭଦ୍ରକ (କେନ୍ୟୁଜ): ଚକ୍ଷୁ ଅପରେସନରେ ତ୍ରୁଟି । ମୋତିଆବିନ୍ଧୁ ଚିହ୍ନଟ ଓ ଅପରେସନକୁ ସଠିକ ଭାବେ ହେଉ ନଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ସହରରେ ଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲରୁ । ଏହା ଏକ ଘରୋଇ ହସ୍ପିଟାଲ ହୋଇଥିଲେ ବି ଏଠାରେ BSKY କାର୍ଡର ସୁବିଧା ଉପଲବ୍ଧ ରହିଛି । କିନ୍ତୁ ରୋଗୀଙ୍କ ମୋତିଆ ବିନ୍ଦୁ ଚିହ୍ନଟ ଓ ଅପରେସନକୁ ସଠିକ ଭାବେ ହେଉ ନ ଥିବାର ଅଭିଯୋଗ ହୋଇଛି । ଏଠାରେ ଅସ୍ତ୍ରୋପଚାର କରାଇ ଜିଲ୍ଲାର ୬ ଜଣ ଗରିବ ଓ ନିରୀହ ବୃଦ୍ଧବୃଦ୍ଧାମାନେ ନିଜ ଦୃଷ୍ଟି ଶକ୍ତି ହରାଇ ବସିଥିବା ଅଭିଯୋଗ ଆଣିଛନ୍ତି ।

ଗତ ସେପ୍ଟଟେମ୍ବର ୨୮ ତାରିଖରୁ ୩୦ ମଧ୍ୟରେ ୬ ଜଣ ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ଏଠାରେ ଅପରେସନ କରାଇଥିଲା । ଅସ୍ତ୍ରୋପଚାର ଛଅ ଦିନ ପରେ ନିଜର ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଦୃଷ୍ଟି ଶକ୍ତି ହରାଇଥିବା ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । ନଚେତ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ରୋଗୀ । ଅନ୍ୟପକ୍ଷେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.