ଟାଇଗର-୩ରେ ଆକ୍ସନ ମୋଡ୍‌ ରେ ନଜର ଆସିବେ କ୍ୟାଟ୍ରିନା କୈଫ, ରିଲିଜ ହେଲା ଫାଷ୍ଟ ଲୁକ୍

ଟାଇଗର-୩ ଫିଲ୍ମରୁ କ୍ୟାଟ୍ରିନା କୈଫ ନିଜ ପ୍ରଥମ ଲୁକ୍‌ର ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ କ୍ୟାଟ୍ରିନା ଏକ ଦଉଡି ସହାରାରେ ଝୁଲି ଧମାକାଦାର୍‌ ଫାୟାରିଙ୍ଗ୍‌ କରୁଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଟାଇଗର-୩ ଫିଲ୍ମରୁ କ୍ୟାଟ୍ରିନା କୈଫ ନିଜର ପ୍ରଥମ ଲୁକ୍‌ର ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ କ୍ୟାଟ୍ରିନା ଏକ ଦଉଡି ସହାରାରେ ଝୁଲି ଧମାକାଦାର୍‌ ଫାୟାରିଙ୍ଗ୍‌ କରୁଥିବାର ନଜର ଆସିଛନ୍ତି । ଅଭିନେତ୍ରୀ ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟର ସେୟାର କରି ଅଭିନେତ୍ରୀ କ୍ୟାପସନ୍‌ରେ ଲେଖିଛନ୍ତି, ‘ନିଆଁ ସହିତ ନିଆଁର ଲଢିବା, ସେ ହେଉଛି ଜୋୟା’ । କ୍ୟାଟ୍ରିନାଙ୍କ ଏହି ଲୁକ୍‌ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

 

 

View this post on Instagram

 

A post shared by Katrina Kaif (@katrinakaif)

କିଛି ଦିନ ପୂର୍ବରୁ ଟାଇଗର-୩ର ଟିଜର ରିଲିଜ ହୋଇଥିଲା । ଯାହାକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଥିଲେ । କ୍ୟାଟ୍ରିନାଙ୍କ ସହିତ ସଲମାନ ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ତାଙ୍କୁ ଦେଶଦ୍ରୋହୀ କହିଥିବାରୁ ସେ ଏହାର ପ୍ରତିଶୋଧ ନେବାକୁ ଆସୁଛନ୍ତି । ଏଥିରେ ନିଜ ଦେଶଭକ୍ତିର ପ୍ରମାଣ ଦେବାକୁ ଆସୁଛନ୍ତି ଟାଇଗର । ଫ୍ୟାନ୍ସମାନେ ଅତି ଆଗ୍ରହର ସହ ଏହି ଫିଲ୍ମର ଅପେକ୍ଷା କରିଛନ୍ତି ।

ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ତଳେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ରୂପରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ମନୀଷ ଶର୍ମା କରିଛନ୍ତି । ୟଶରାଜ ଫିଲ୍ମ ୧୬ ଅକ୍ଟୋବରରେ ଟାଇଗର-୩ର ଟ୍ରେଲର୍‌ ରିଲିଜ୍‌ କରିବାକୁ ଯାଉଛି । ଚଳିତ ବର୍ଷ ଦୀପାବଳୀରେ ବକ୍ସ ଅଫିସ୍‌କୁ ଆସିବ ‘ଟାଇଗର ୩’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.