ପ୍ରୋଟିନ୍‌ରେ ଭରପୂର ମସୁର ଡାଲି, ପ୍ରତିଦିନ ଖାଆନ୍ତୁ

ମସୁର ଡାଲି ପ୍ରୋଟିନରେ ଭରପୂର ହୋଇଥାଏ । ଏଥିରେ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଭିଟାମିନ ମଧ୍ୟ ରହିଛି । ସେଥିପାଇଁ ଏହାକୁ ପ୍ରତିଦିନ ଖାଇବା ଉଚିତ୍‌ । ତେବେ ଆସନ୍ତୁ ଜାଣିବା ଏହାର ୫ଟି ମୁଖ୍ୟ କାରଣ…

ଭାରତରେ ମସୁର ଡାଲି ଅତି ଲୋକପ୍ରିୟ । ମସୁର ଡାଲିକୁ ଉଦ୍ଭିଦ ଜାତୀୟ ପ୍ରୋଟିନ୍‌ର ଏକ ଭଲ ଉତ୍ସ ବୋଲି କୁହାଯାଏ । ଶାକାହାରୀ ଲୋକ ଅର୍ଥାତ୍‌ ଯେଉଁମାନେ ଅଣ୍ଡା, ମାଂସ, ମାଛ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ପ୍ରୋଟିନ୍‌ ରୂପରେ ମସୁର ଡାଲି ଏକ ଭଲ ଅପ୍ସନ୍ ହୋଇପାରିବ । ଏହା ବ୍ୟତୀତ, ମସୁର ଡାଲିରେ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଭିଟାମିନ ମଧ୍ୟ ରହିଛି । ଯାହା ଆମେ ଆପଣଙ୍କୁ ଜଣାଇବୁ ।

-ମସୁର ଡାଲିରେ ପ୍ରୋଟିନ୍‌ର ପରିମାଣ ଅଧିକ ରହିଥାଏ । ଏକ କପ୍‌ ମସୁର ଡାଲିରେ ପ୍ରାୟ ୧୮ ଗ୍ରାମ୍‌ ପ୍ରୋଟିନ ଥାଏ । ଶାକାହାରୀ ବ୍ୟକ୍ତିମାନଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ।

-ଏଥିରେ ଫାଇବରର ପରିମାଣ ଅଧିକ ରହିଥାଏ । ଫାଇବର ପାଚନ କ୍ରିୟାରେ ସୁଧାର ଆଣିଥାଏ ଏବଂ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଗୋଟେ କପ ମସୁର ଡାଲିରେ ପ୍ରାୟ ୧୫ ଗ୍ରାମର ଫାଇବର ରହିଥାଏ ।

-ମସୁର ଡାଲିରେ ଫାଇବର, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ଥାଏ । ଯାହା ଆମ ହୃଦୟର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟୀ । ଏହି ପୋଷକ ତତ୍ତ୍ୱ ବ୍ଲଡ୍‌ପ୍ରେସର, କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ଏବଂ ହୃଦରୋଗ ଆଶଙ୍କାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

-ଫାଇବରର ମାତ୍ରା ଅଧିକ ଥିବା ହେତୁ ଏହା ଡାଇବେଟିସ୍‌ ରୋଗୀମାନଙ୍କ ପାଇଁ ଲାଭଦାୟୀ ହୋଇପାରିବ । ଫାଇବର ଖାଦ୍ୟରେ କାର୍ବୋହାଇଡ୍ରେଡ୍‌ ଅବଶୋଷଣକୁ ମନ୍ଥର କରିବାରେ ସହାୟକ ହୋଇଥାଏ । ଏହା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲର ହଠାତ ବୃଦ୍ଧି ହୋଇନଥାଏ ।

-କିଛି ଅଧ୍ୟୟନରୁ ଜଣାପଡିଛି ଯେ ମସୁର ଡାଲି ଖାଇବା ଦ୍ୱାରା କ୍ୟାନସରର ଆଶଙ୍କା କମିଯାଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା କ୍ୟାନସର ସେଲର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.