Below header

ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ; ଖେଳୁଥିବା ବେଳେ ୨ବର୍ଷ ଶିଶୁର ଗୁପ୍ତାଙ୍ଗ କାଟି ନେଇଗଲେ

କେନ୍ଦୁଝର (କେନ୍ୟୁଜ): ଖେଳୁଥିବା ବେଳେ, ୨ ବର୍ଷର ଶିଶୁପୁତ୍ରର ସମ୍ବେଦନଶୀଳ ଅଙ୍ଗ ( ଯୌନାଙ୍ଗ ) କାଟିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁପୁତ୍ର ପ୍ରଥମେ କେନ୍ଦୁଝର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଛି । ଏଭଳି ଅମାନବୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗାଁରେ ।

ଗତକାଲି ଅପରାହ୍ନରେ ଟୁନା ମୁଣ୍ଡାଙ୍କର ୨ ବର୍ଷର ପୁଅ ରଞ୍ଜନ ଘର ନିକଟରେ ଖେଳୁଥିବା ବେଳେ, ତାର ଯୌନାଙ୍ଗର ଅଗ୍ରଭାଗକୁ କେହି କାଟି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁପୁତ୍ରର ଅବସ୍ଥା ଏବେ ସଂକଟାପନ୍ନ ରହିଛି । ଏପରି ନୃଶଂସ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.