ଓଡ଼ିଶାରେ ଜଣେ ବ୍ଲାକ୍‌ ଫଙ୍ଗସ ସଂକ୍ରମିତ ଚିହ୍ନଟ,ତାଙ୍କ ବୟସ ୭୧ ବର୍ଷ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ମ୍ୟୁକୋରୋମାଇକୋସିସ୍‌ ବା ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବା ଗୋଟିଏ କେସ୍‌ ସାମନାକୁ ଆସିଛି। ତାଙ୍କ ବୟସ ୭୧ ବର୍ଷ। ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ ଅନିୟନ୍ତ୍ରିତ ମଧୁମେହରେ ପୀଡ଼ିତ। ତାଙ୍କ ଘରେ ଏକ ପୁରୁଣା ଏୟାର କୁଲର ପାଣି ବହୁ ଦିନ ହେଲା ପରିବର୍ତ୍ତନ ହୋଇ ନଥିଲା। ସେଥିରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏପ୍ରିଲ ୧୮ ତାରିଖରେ ତାଙ୍କର ସ୍ୱାବ୍‌ ସଂଗ୍ରହ ହୋଇଥିଲା। ଏପ୍ରିଲ ୨୦ରେ ସେ ପଜିଟିଭ୍‌ ଥିବା ଜଣା ପଡିଥିଲା।

ସେ ହୋମ୍‌ ଆଇସୋଲେସନରେ ଥିଲେ। କିନ୍ତୁ ସେ କୌଣସି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉ ନଥିଲେ। ଗତ ୮ ତାରିଖରେ ତାଙ୍କର ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଲା। ଏହି ଲକ୍ଷଣ ଦେବା ପରେ ନାକର ଏଣ୍ଡସ୍କୋପି କରିଥିଲେ। ନାକରେ ବ୍ଲାକ ଡିପୋଜିଟ୍‌ ଥିବା ଜଣା ପଡିଥିଲା। ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ମିଳିଥିବା ସୂଚନା ମୁତାବକ ଏହି ଗୋଟିଏ କେସ୍‌ ଛାଡିଦେଲେ ଏ ଯାଏ କୌଣସି ହସ୍ପିଟାଲରୁ ବ୍ଲାକ ଫଙ୍ଗସ ସଂକ୍ରମଣର ସୂଚନା ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.