Below header

ରସୁଣରୁ ଚୋପା ଛଡେଇବାର ଜବରଦସ୍ତ ଟ୍ରିକ, ଲାଗୁଛି ମାତ୍ର ଅଧ ସେକେଣ୍ଡ, ଭାଇରଲ ହେଲା ଭିଡିଓ

ରସୁଣରୁ ଚୋପା ଛଡାଇବା ଏକପ୍ରକାର କଳା। ଖାଦ୍ୟ ରାନ୍ଧୁଥିବା ବ୍ୟକ୍ତିଙ୍କୁ ହିଁ ଜଣା ଏହା କେତେ ଝିନଝଟ କାମ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହାକି ଏହି କାମକୁ ଅଧ ସେକେଣ୍ଡରେ କରିଦେବାର ଟ୍ରିକ ବତାଉଛି। ଭିଡିଓଟିକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିଛନ୍ତି।

ରସୁଣ ଛାଡେଇବାର କେତେକ ଟିକ୍ସ ପୂର୍ବରୁ ହିଁ ସୋସିଆଲ ମିଡିଆରେ ରହିଛି। କିନ୍ତୁ ଏହା ଟିକେ ଖାସ ରହିଛି। ଏହି ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ଏକ ରସୁଣକୁ ଦୁଇ ଖଣ୍ଡରେ କାଟି ଦେଉଛନ୍ତି। ଏହାପରେ ସେ ସେହି କଟା ରସୁଣକୁ ଓଲଟାଇ ଦେଉଛନ୍ତି ଏବଂ ଏହା ଉପରେ ଛୁରି ରଖି ଏହାକୁ ଦବାଇ ଦେଉଛନ୍ତି। ତା’ପରେ ସେ ରସୁଣକୁ ଉଠାଇ ଏହାର ଚୋପାକୁ ଅଲଗା କରି ଦେଉଛନ୍ତି।

ବ୍ୟକ୍ତି ଜଣକ ଏ ସବୁକୁ ଏତେ ସହଜରେ କରି ଦେଉଛନ୍ତି ଯେ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓକୁ ଲୋକେ ଜବରଦସ୍ତ ଲାଇକ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। କେହି କେହି ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ରସୁଣ ଛଡାଇବାର ଏମିତି ଯୋଗାଡ଼ ଆମେ ଜୀବନରେ କେବେ ଦେଖି ନ ଥିଲୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.