Below header

ତଦାରଖ ପାଇଁ ଯାଇଥିବା ବେଳେ ବିଡିଓଙ୍କୁ ଆକ୍ରମଣ

ଘଟଗାଁ (କେନ୍ୟୁଜ୍) : ବିଡିଓଙ୍କୁ ଆକ୍ରମଣ । ଘଟଣା ଘଟିଛି ହରିଚନ୍ଦପୁର ବ୍ଲକ ବାଲିଦାଣ୍ଡ ଗାଁରେ । ବିଜୁ ପକା ଘର କାମର ତଦାରଖ ପାଇଁ ଯାଇଥିଲେ ବିଡିଓ ବିଜୟାନନ୍ଦ ସେଠୀ । ଗାଁର ରାସ୍ତା ଖରାପ ହୋଇଥିବାକୁ ନେଇ ଗାଁର ପ୍ରସନ୍ନ ନାୟକ ନାମକ ଯୁବକ, ବିଡିଓଙ୍କୁ ଆକମ୍ରଣ କରିଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେବ ଗାଁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ବେଳେ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ମିଳିନାହିଁ । ତେଣୁ ବିଡିଓଙ୍କୁ ଗାଁରେ ଦେଖି ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଏପରି ପ୍ରସନ୍ନ ନାୟକ ବିଡିଓଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଘଟଣା ନେଇ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.