ଭଲ ସଂପର୍କରେ ବିଷ ମିଶାଇଥାଏ ଏହି ୫ କଥା ! ଆଜିଠୁ ହୋଇଯାଆନ୍ତୁ ସାବଧାନ

କୌଣସି ବି ସଂପର୍କରେ ପ୍ରେମ ଏବଂ ଖୁସି ସବୁଦିନ ପାଇଁ ରହେ ନାହିଁ । କୌଣସି ନା କୌଣସି କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ସଂପର୍କରେ ଯେତିକି ପ୍ରେମ ଥାଏ ସେତିକି ଝଗଡା ହେବା ସ୍ବାଭାବିକ୍ । କିନ୍ତୁ ଅନେକ ସମୟରେ ଆମ ନିଜ ଭୁଲ ଯୋଗୁଁ ସମସ୍ୟା ହୋଇଯାଏ । ଯଦି ଆମେ ଏହି ଭୁଲ୍ ଗୁଡିକୁ ସୁଧାରିପାରିବା ତେବେ ସଂପର୍କରେ ବଢୁଥିବା ଦୂରତାକୁ କମ୍ କରିପାରିବା । ଆସନ୍ତୁ ଜାଣିବା କେଉଁ କଥା ଆମ ସଂପର୍କ ଭାଙ୍ଗିବାର କାରଣ ହୋଇପାରେ ।

ସାଥୀକୁ ଅନ୍ୟ କାହା ସହ ତୁଳନା କରିବା :

ସଂପର୍କ ତେଣିକି ପ୍ରେମିକ – ପ୍ରେମିକାଙ୍କର ହେଉ ବା ସ୍ବାମୀ – ସ୍ତ୍ରୀଙ୍କ ହେଉ, ସବୁ ମୂଳରେ ରହିଛି । ଯଦି ପରସ୍ପର ମଧ୍ୟରେ ବିଶ୍ବାସ ରହେ ନାହିଁ ସଂପର୍କ ଭାଙ୍ଗିବାର ସମ୍ଭାବନା ବଢିଯାଏ । ଆଉ ବିଶ୍ବାସ ସେତେବେଳେ ଭାଙ୍ଗିଥାଏ ଯେତେବେଳେ ଆପଣ ଆପଣଙ୍କ ସାଥୀର ତୁଳନା ଅନ୍ୟ କାହା ସହ କରିଥାନ୍ତି ।

ଅବମାନନା କରିବା :

ସଂପର୍କକୁ ମଜଭୂତ କରିବା ପାଇଁ ଅବଶ୍ୟକ ସାଥୀଙ୍କୁ ପ୍ରେମ ସହ ଖାତିର୍ କରିବା । କିନ୍ତୁ ସଂପର୍କ ପ୍ରତି ଅବିଶ୍ବାସ ବା ଅବମାନନା ଭାବ ଦେଖାଇବା ସଂପର୍କ ଭାଙ୍ଗିବାର ସଙ୍କେତ ହୋଇଥାଏ । ତେଣୁ ସର୍ବଦା ନିଜ ସଂପର୍କ ଏବଂ ସାଥୀଙ୍କୁ ସମ୍ମାନ ଦେଖାନ୍ତୁ ।

ନକରାତ୍ମକ କଥା କହିବା :

ସବୁବେଳେ ନକରାତ୍ମକ କଥା କହିଲେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । କାହା ବିଷୟରେ ଖରାପ କହିବା କିମ୍ବା ନକରାତ୍ମକ କଥା କହିବା ସାଥୀ ମନରେ ଆପଣଙ୍କର ନକରାତ୍ମକ ଛବି ବନାଇପାରେ ।

ଏହା ସହ ପଢନ୍ତୁ ଏହି ଟିପ୍ସକୁ ଆପଣାନ୍ତୁ, ଦେଖିବେ ଝିଅମାନେ ନିଜ ଆଡୁ ଆପଣଙ୍କୁ ବନ୍ଧୁତ୍ବର ହାତ ବଢାଇବେ

କଥା ଲୁଚାଇବା :

ପତି ପତ୍ନୀଙ୍କ ସଂପର୍କ ପ୍ରେମ, ବିଶ୍ବାସ ଏବଂ ସଚ୍ଚୋଟତା ଉପରେ ନିର୍ଭର କରିଥାଏ । ଏମିତି କେହି ନାହିଁ ଯାହାର ଅତୀତ ନାହିଁ । ଆଉ ସତ କହିବାର ସାହାସ କେବଳ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଥାଏ । କିନ୍ତୁ ଆପଣଙ୍କ ଅତୀତ ଆପଣଙ୍କ ମୁହଁରୁ ନଶୁଣି ବାହାର ଲୋକଙ୍କଠାରୁ ଶୁଣିଲେ ସଂପର୍କରେ ଆସିଥାଏ ଦୂରତା ।

ସର୍ବଦା ନିଜ ହିସାବରେ ଚାଲିବା :

କୌଣସି ବି ସଂପର୍କରେ ଉଭୟଙ୍କୁ ସମାନ ସମ୍ମାନ ଦେବା ଉଚିତ୍ । ପରସ୍ପର ମତ ଏବଂ ମନ୍ତବ୍ୟ ଜାଣିବାକୁ ଚେଷ୍ଟା କରିବା ଉଚିତ୍ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଛି କୌଣସି ସଂପର୍କରେ ଜଣେ ଜିଦିଆ ହୋଇଥାନ୍ତି ଏବଂ ସବୁବେଳେ ନିକ କଥା ରଖିଥାନ୍ତି । ବୁଝାମଣା ଅଭାବରୁ ସଂପର୍କ ଭାଙ୍ଗିଯାଇଥାଏ । ତେଣୁ ନିଜ ସହ ସାଥୀଙ୍କ କଥା ଶୁଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.