ଭୋଗରାଇ କମର୍ଦ୍ଦା କଲେଜରେ ଛାତ୍ର ଅଶାନ୍ତି : ନୂତନ କୋଠା ଉଦ୍‌ଘାଟନକୁ ନେଇ ଉତ୍ତେଜନା

ବାଲେଶ୍ୱର (କେନ୍ୟୁଜ୍) : ଭୋଗରାଇ କମର୍ଦ୍ଦା ସୁରେନ୍ଦ୍ରନାଥ ବୈଷୟିକ କଲେଜରେ ଛାତ୍ର ଅଶାନ୍ତି । ନୂତନ କୋଠା ଉଦଘାଟନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅନୁଦାନ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଉଦଘାଟନକୁ ବିରୋଧ କରାଯାଇଛି । ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.