Below header

ମାଲକାନଗିରି: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଗାଁଠାରୁ ୪ଶହ ମିଟର ଦୂରକୁ ନେଇ ପୋଡିଦେଲେ ଶବ

ମାଲକାନଗିରି: ଗୁଣିଗାରେଡି ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗାଁରୁ ଆସିଛି ଅଭିଯୋଗ। ଏହି ଗାଁର କାବାକାସୀଙ୍କୁ କିଛି ଲୋକ ଗୁଣିଗାରେଡି କରୁଥିବା ନେଇ ସନ୍ଦେହ କରାଯାଉଥିଲା।

ଏହାପରେ ସନ୍ଦେହରେ ତାଙ୍କୁ ଘର ସମ୍ମୁଖରେ ହତ୍ୟା କରିବା ପରେ ଗାଁଠାରୁ ୪ଶହ ମିଟର ଦୂରରେ ଥିବା ଏକ ମଶାଣିରେ ପୋଡି ଦେଇଥିଲେ। ଏନେଇ ପରିବାରଲୋକେ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ସନ୍ଦେହରେ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.