Below header

ପୋଷ୍ଟ ଅଫିସରେ ନିଯୁକ୍ତି ଜାରି, ଖାଲି ପଡିଛି ୬୩୪ ପଦବୀ

ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଅପେକ୍ଷା କରି ରହିଥିବା ଯୁବପିଢୀଙ୍କ ପାଇଁ ଖୁସି ଖବର। ସୂଚନା ମୁତାବକ ହିମାଚଳ ପ୍ରଦେଶରେ ୬୦୦ରୁ ଅଧିକ ପଦବୀରେ ସରକାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହିମାଚଳ ପ୍ରଦେଶ (HP) ପୋଷ୍ଟାଲ ସର୍କଲ ପକ୍ଷରୁ ଗ୍ରାମୀଣ ଡାକ ସେବକ (ଜିଡିଏସ) ର ୬୩୪ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏନେଇ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ପଦବୀ ବିବରଣୀ:

ଯୋଗ୍ୟ ଏବଂ ଇଛୁକ ଆବେଦନକାରୀ ୦୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ହିମାଚଳ ପ୍ରଦେଶ ଜିଡିଏସ୍‌ ନିଯୁକ୍ତି ୨୦୨୦ ଜରିଆରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM) ଏବଂ ଡାକ ସେବକ ଭଳି ପଦବୀରେ ନିଯୁକ୍ତି କରାଯିବ।

job ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ୧୦ମ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା:

ଏହି ପଦବୀରେ ନିଯୁକ୍ତି ପାଇଁ ୧୮ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ। ଆବେଦନକାରୀଙ୍କୁ ମେରିଟ୍‌ ଲିଷ୍ଟ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.