୩୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଉଦ୍ଧାର ପାଇଁ ଲୋକେ କରୁଛନ୍ତି ପ୍ରାର୍ଥନା

ଏ ଭିଡିଓକୁ ଥରେ ଦେଖନ୍ତୁ। ହୁତୁହୁତୁ ହୋଇ ଜଳୁଛି ଅଟ୍ଟାଳିକା। ଦକ୍ଷିଣ କୋରିଆର ଉଲସାନ ସହରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ୩୩ ମହଲା ଆପାର୍ଟମେଣ୍ଟରେ ଶୁକ୍ରବାର ସକାଳ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୮୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ନିଆଁ ଲାଗିବା ପରେ ଏଠାରୁ ଅନେକ ଲୋକଙ୍କୁ ବାହାରକୁ ବାହାର କରିଦିଆଯାଇଛି। ଗୁରୁତର ଆହତଙ୍କୁ ହସପିଟଲରେ ଚିକିତ୍ସା କରାଯାଉଛି।

ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି। ଏତେ ଭୟଙ୍କର ଅଗ୍ନିକାଣ୍ଡ ଦେଖି ଲୋକମାନେ ସେଠାରେ ଫସି ରହିଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।

ନିଆଁ ଏତେ ଭୟଙ୍କର ମାତ୍ରାରେ ଲାଗିଛି ଯେ ହେଲିକପ୍ଟର ଦ୍ୱାରା କାବୁ କରାଯାଉଛି। ଅଧିକାରୀ ଜଣାଇଛନ୍ତି ଯେ ପାଖାପାଖି ସକାଳ ୯ଟା ସୁଦ୍ଦା ନିଆଁକୁ କାବୁ କରିବାରେ ସଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.