ଥକୁନି କୁନି ହାତ, ନିଶାନ ବଜାଇ ବଜାଇ ସମସ୍ତଙ୍କୁ ମୁଗ୍ଧ କରିଦେଉଛି ଏଇ ଛୁଆଟି
ଏଭଳି ଜଣେ ପ୍ରତିଭାବାନ୍ ବାଳକ ଯାହାର ଇଚ୍ଛାଶକ୍ତିକୁ ମାନିବାକୁ ପଡିବ। ଏବୟସର ପିଲା ଘରେ ମୋବାଇଲ୍ କିମ୍ବା ଟିଭିରେ ଗେମ୍ ଖେଳିବା କାଟୁନ୍ ଦେଖିବାକୁ ଫୁରସତ୍ ପାଉନାହାନ୍ତି । କିନ୍ତୁ ଏଇ କୁନି ବାଳକଟି ଯିଏ କି ମନ୍ଦିରରେ ନିଶାନ ବଜାଉଥିବାର ଦେଖିବାକୁ ମିଳିଛି।
ଭୁବନେଶ୍ବର(କେନ୍ୟୁଜ୍): ପ୍ରତିଭା କେବେ ଲୁଚି ରହିପାରେନା। ଆମ ଦେଶରେ ଅନେକ ପ୍ରତିଭା ଭରି ରହିଛି, ଯାହାକୁ କେବଳ ଚିହ୍ନିବା ଏବଂ ସମସ୍ତଙ୍କ ଆଗକୁ ଆଣିବାର ଅପେକ୍ଷା ରହିଛି। ଏଭଳି ଜଣେ ପ୍ରତିଭାବାନ୍ ବାଳକ ଯାହାର ଇଚ୍ଛାଶକ୍ତିକୁ ମାନିବାକୁ ପଡିବ। ଏବୟସର ପିଲା ଘରେ ମୋବାଇଲ୍ କିମ୍ବା ଟିଭିରେ ଗେମ୍ ଖେଳିବା କାଟୁନ୍ ଦେଖିବାକୁ ଫୁରସତ୍ ପାଉନାହାନ୍ତି । କିନ୍ତୁ ଏଇ କୁନି ବାଳକଟି ଯିଏ କି ମନ୍ଦିରରେ ନିଶାନ ବଜାଉଥିବାର ଦେଖିବାକୁ ମିଳିଛି।
ତାଳରେ ତାଳ ଦେଇ କୁନି ହାତରେ ନିଶାନ ବଜାଇ ବଜାଇ ସତେ ତା ମନକୁ ସେହି ଭଗବାନଙ୍କ ସେବାରେ ସମର୍ପି ଦେଇଛି । ଯାହାର ଭିଜୁଆଲଟି ଆମ ପ୍ରତିନିଧି ନିଜ କ୍ଯାମେରାରେ କଏଦ କରିଥିଲେ। ଛୁଆଟି ନିଜ ପ୍ରତିଭାରେ ସମସ୍ତଙ୍କ ମନ କିଣି ନେଉଛି।
ତାଳେ ତାଳେ ବାଜାଟିକୁ ବାଡେଇ ସମସ୍ତଙ୍କୁ ମୁଗ୍ଧ କରିଦେଉଛି। ଏହି ଦ୍ରୁଶ୍ଯଟି ହେଉଛି ପୁରୀ କଟକ ବାଇପାସ୍ ଠିକ୍ ଉତ୍ତରା ଛକ ପୂର୍ବରୁ ଥିବା ତାରେଣୀ ମନ୍ଦିରର। କୁନି ବାଳକଟି ସେହି ଆଖପାଖ ଅଞ୍ଚଳର। ସମୟ ମିଳିଲେ ପିଲାଟି ମନ୍ଦରକୁ ଛୁଟି ଆସିଥାଏ ଆଳତୀ ସମୟରେ। ଆଉ ଅତି ସୁନ୍ଦର ବାଦ୍ୟ ବାଦନ ପରିବେଷଣ କରେ। ଯାହା ଦେଖିଲେ ଆପଣ ବି ମୁଗ୍ଧ ହୋଇଯିବାଟା ନିଶ୍ଚିତ ।