Below header

ବୈତରଣୀ ନଦୀରୁ ଆସିଥିବା ବାଲି ଭିତରୁ ବାହାରିଲା ଶିବ ପାର୍ବତୀଙ୍କ ମୂର୍ତ୍ତି, ସଭିଏଁ ଦେଖି ଆଶ୍ଚର୍ଯ୍ୟ

ବୈତରଣୀ ନଦୀରୁ ବାଲି ଟ୍ରକରେ ଆଣି ଘର ଦୁଆର ମୁହଁରେ ଢାଳିଲା ବେଳକୁ ବାହାରିଲା ଶିବ ପାର୍ବତୀଙ୍କ ମୂର୍ତ୍ତି । ସମସ୍ତେ ଦେଖି ଆଶ୍ଚର୍ଯ୍ୟ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ଅଧୀନ ସାହାରା ଗଡିଆ ଗ୍ରାମରେ ।

ଭଦ୍ରକ(କେନ୍ୟୁଜ୍): ବୈତରଣୀ ନଦୀରୁ ବାଲି ଟ୍ରକରେ ଆଣି ଘର ଦୁଆର ମୁହଁରେ ଢାଳିଲା ବେଳକୁ ବାହାରିଲା ଶିବ ପାର୍ବତୀଙ୍କ ମୂର୍ତ୍ତି । ସମସ୍ତେ ଦେଖି ଆଶ୍ଚର୍ଯ୍ୟ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ଅଧୀନ ସାହାରା ଗଡିଆ ଗ୍ରାମରେ ।

ସୂଚନା ଅନୁଯାୟୀ ଗତକାଲି ଉକ୍ତ ଗ୍ରାମର ମାୟାଧର ବେହେରା ଘରକାମ କରିବାକୁ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି କିଣି ଆଣିଥିଲେ । ସନ୍ଧ୍ୟା ସମୟରେ ଟ୍ରାକ୍ଟର ଚାଳକ ମାୟାଧରଙ୍କ ଘର ଆଗରେ ବାଲି ଅନଲୋଡ୍ କରିଦେଇଥିଲେ । ଆଉ ଆଜି ସକାଳୁ ମାୟାଧର ଘର କାମ ପାଇଁ ଶ୍ରମିକଙ୍କ ସହିତ ବାଲି ନେବାକୁ ଆସିଲା ବେଳେ ଏକ କଳା ପଥର ଦେଖିଥିଲେ । ଆଉ ବାଲି ଆଡେଇ ଦେଖିଲା ବେଳକୁ ଏକ ଶିବ ପାର୍ବତୀ ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆଉ ଏପଟେ ଏହି ଖବର ଶୁଣି ଶହ ଶହ ଲୋକଙ୍କ ଭିଡ ଜମିଯାଇଥିଲା ମାୟାଧରଙ୍କ ଘରେ। ମାୟାଧରଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ। ତେବେ ମାୟାଧର ଏହି ମୂର୍ତ୍ତିଟି ବିଷୟରେ ଅଧିକ ଜାଣିବା ସହିତ ଏହାର ସୁରକ୍ଷା ଓ ସରଂକ୍ଷଣ ପାଇଁ ସ୍ଥାନୀୟ ଇନଟାକ ସଦସ୍ୟ ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ଖବର ଦେଇଥିଲେ।ତେବେ ସୂଚନା ପାଇ ଶ୍ରୀ ରାଉତ ମୂର୍ତ୍ତି ବାହାରିଥିବା ସ୍ଥାନରେ ପହଞ୍ଚି ମୂର୍ତ୍ତିଟିକୁ ଅନୁଧ୍ୟାନ କରିଥିଲେ ।

ଏକ ବିରଳ ଗ୍ରାନାଇଟ ଶିଳାରେ ନିର୍ମିତ ଏହି ଦେଢ ଫୁଟ ଉଚ୍ଚତା ବିଶିଷ୍ଟ ଶିବ ପାର୍ବତୀ ଙ୍କ ସହିତ ଶିବଗଣ ଥିବା ମୂର୍ତ୍ତି ଚିହ୍ନି ସଂସ୍କୃତି ବିଭାଗ କୁ ସୂଚନା ଦେବା ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ସୁନିଲ ପଟ୍ଟନାୟକଙ୍କୁ ସୂଚନା ଦେଇଥିଲେ । ତେବେ ଡକ୍ଟର ଶ୍ରୀ ପଟ୍ଟନାୟକ ଏହି ମୂର୍ତ୍ତି ଟି ଏକାଦଶ ଶତାବ୍ଦୀର ରାବଣାନୁଗ୍ରହ ଶିବ ପାର୍ବତୀଙ୍କ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହିତ ସୋମବଂଶୀ ରାଜା କର୍ଣ୍ଣ କେଶରୀଙ୍କ ରାଜ୍ୱତ କାଳରେ ନିର୍ମାଣ ବୋଲି ମତଦେଇଥିଲେ।

ଏଥି ସହିତ ଏହି ମୂର୍ତ୍ତିରେ କଳାକୃତି ବିରଳ ବୋଲି କହିଥିଲେ।ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ପ୍ରଥମ ଥର ଏହି ବିରଳ ମୂର୍ତ୍ତି ମିଳିଥିବା ବେଳେ ଏହାର ସୁରକ୍ଷା ସଂରକ୍ଷଣ ପାଇଁ ମାୟାଧର ଓ ତାଙ୍କ ପରିବାର ଷୋଳମପୁର ମ୍ୟୁଜିୟମକୁ ହସ୍ତାନ୍ତର କରିଥିଲେ।ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.