ୠଣ ଶୁଝି ନପାରିବାରୁ ଘର ମାଲିକଙ୍କୁ ଜୋରଜବରଦସ୍ତ ଘରୁ କାଢ଼ିଦେଲେ କରଜ ଦାତା, ରାସ୍ତା ଉପରେ ଦିନ କାଟୁଛନ୍ତି ପରିବାର

ଟଙ୍କା ଋଣ ନେଇ ଘର କରିବା ପରେ କରଜ ଦେଇଥିବା ଲୋକଙ୍କୁ ଟଙ୍କା ସୁଝି ନପାରିବାରୁ ଏ ଦୁର୍ଦଶା ଭୋଗିଛନ୍ତି... କରଜ ଶୁଝି ନ ପାରିବାରୁ ମାଲିକଙ୍କୁ ଘରୁ ବାହାର କରିଦେଲେ କରଜ ଦାତା।

ଆପଣ ଏ କଥା ବହୁତ ଥର ଶୁଣିଥିବେ ଯେ, ଭଡାଟିଆଙ୍କୁ ମାଲିକ ଘରୁ ବାହାର କରିଦେଲେ … କିନ୍ତୁ ଆପଣ କେବେ ଏ କଥା ଶୁଣିଛନ୍ତି ଯେ ଘର ମାଲିକଙ୍କୁ ଘରୁ ବାହାର କରିଦେବା କଥା … ଆଜ୍ଞା ଏ କଥା ଏବେ ସତ ହୋଇଛି .. ଟଙ୍କା ଋଣ ନେଇ ଘର କରିବା ପରେ କରଜ ଦେଇଥିବା ଲୋକଙ୍କୁ ଟଙ୍କା ସୁଝି ନପାରିବାରୁ ଏ ଦୁର୍ଦଶା ଭୋଗିଛନ୍ତି… କରଜ ଶୁଝି ନ ପାରିବାରୁ ମାଲିକଙ୍କୁ ଘରୁ ବାହାର କରିଦେଲେ ଏମାନେ। ୠଣ ଶୁଝି ନପାରିବାରୁ ଜୋର ଜବରଦସ୍ତ ଘରୁ କାଢ଼ିଦେଇ ଘରକୁ ନିଜ କବଜାରେ ରଖିଦେଇଛନ୍ତି ।

ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବରବରିଆ ଗାଁରେ … ଘର ମାଲିକଙ୍କ ନାଁ ହେଉଛି ସୁଧୀର ଜେନା … ସୂଚନା ଅନୁସାରେ ବରବରିଆ ଗାଁର ସୁଶୀଲ ଜେନାଙ୍କ ଠାରୁ ପଡୋଶୀ ସୁଧୀର ଜେନା ଗତ ତିନି ଚାରି ବର୍ଷ ତଳେ ୩ଲକ୍ଷ ଟଙ୍କା କରଜ ଆଣିଥିଲେ। ଘର ନିର୍ମାଣ ପାଇଁ ଆଣିଥିବା ଏହି ଟଙ୍କା ରୁ ଦେଢ଼ ଲକ୍ଷ ଟଙ୍କା ସୁଝି ସାରିଥିବା ବେଳେ ପକ୍ଷାଘାତ ରେ ପିଡୀତ ହେବା ଯୋଗୁ ବାକି ଦେଢ଼ ଲକ୍ଷ ଟଙ୍କା ସୁଝିପାରି ନଥିଲେ ସୁଧୀର। ଘର ନିର୍ମାଣ ପାଇଁ କରଜ ଆଣିଥିବା ଟଙ୍କା ସୁଝି ନ ପାରିବାରୁ ଘର ମାଲିକଙ୍କୁ ଘରୁ ବାହାର କରି ଘର ତାଲା ପକାଇଲେ ଋଣ ଦେଇଥିବା ବ୍ୟକ୍ତି। ଏଣେ ପକ୍ଷାଘାତରେ ଆକ୍ରାନ୍ତ ଶଯ୍ୟାଶାୟୀ ସ୍ୱାମୀ ଓ ବୃଦ୍ଧା ଶାଶୁଙ୍କ ସହ ଘର ବାହାରେ ଶୀତ କାକରରେ ରାସ୍ତାରେ ବସିଛନ୍ତି ମହିଳା।

ଟଙ୍କା କରଜ ଦେଇଥିବା ସୁଶୀଲ ସୁଧୀରଙ୍କୁ ତାଙ୍କୁ ଘରୁ ବାହାର କରି ଘର କୁ ନିଜ କବ୍ଜାକୁ ନେଇଯାଇଥିଲେ। ଏହା ପରେ ସୁଧୀରଙ୍କ ସ୍ତ୍ରୀ ଝୁମାରାଣୀ ତାଳସାରୀ ମେରାଇନ ଥାନାରେ ଏତଲା ଦେବା ପରେ ତାଳସାରୀ ମେରାଇନ ପୋଲିସ ଉକ୍ତ ଘରୁ ଉଭୟଙ୍କୁ ବାହାର କରି ଘର ତାଲା ମାରିଛନ୍ତି । ଆଉ ଯିଏ ଘରର ଉପଯୁକ୍ତ କାଗଜ ପତ୍ର ପୈଠ କରିବ ତାକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ବୋଲି ତାଳସାରୀ ଥାନା ଅଧିକାରିଣୀ କହିଛନ୍ତି। କୌଣସି ଉପାୟ ନପାଇ ସୁଧୀର ଓ ତାଙ୍କ ସ୍ତ୍ରୀ ଘର ଆଗ ରାସ୍ତା ଉପରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିଲେ , ତେବେ ଗତକାଲି ରାତି ରେ ପୋଲିସ ସୁଧିର ଙ୍କ ପରିବାର ଙ୍କୁ ଘରେ ନେଇ ରଖିଥିବା ବେଳେ ଘଟଣା ସ୍ଥାୟୀ ସମାଧାନ ଦାବି କରିଛନ୍ତି ପରିବାର।

You might also like