ସ୍ତ୍ରୀ ରାଗିଯାଇ ମାତ୍ରାଧିକ ବଟିକା ଖାଇଦେବାରୁ ସ୍ୱାମୀଙ୍କୁ ପଡ଼ିଲା ଗୋଇଠା ସାଙ୍ଗକୁ ବିଧା

ଘରୋଇ କଳହକୁ ନେଇ ସ୍ତ୍ରୀ ରାଗିଯାଇ ଖାଇଦେଲେ ମାତ୍ରାଧିକ ବଟିକା। ଏହି କାରଣରୁ ସ୍ୱାମୀ ଖାଇଲେ ଗୋଇଠା ସାଙ୍ଗକୁ ବିଧା। ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ଏହି ମହିଳାଙ୍କ ସ୍ବାମୀଙ୍କୁ ଶ୍ବଶୁର ଘର ଲୋକେ ମିଶି ମେଡିକାଲର ମହିଳା ଓ୍ବାର୍ଡ ଭିତରେ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ଆନନ୍ଦପୁର ଅଞ୍ଚଳରେ ବେଶ୍ ଭାଇରାଲ୍ ହେବାକୁ ଲାଗିଛି।

ଘରୋଇ କଳହକୁ ନେଇ ସ୍ତ୍ରୀ ରାଗିଯାଇ ଖାଇଦେଲେ ମାତ୍ରାଧିକ ବଟିକା। ଏହି କାରଣରୁ ସ୍ୱାମୀ ଖାଇଲେ ଗୋଇଠା ସାଙ୍ଗକୁ ବିଧା। ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ଏହି ମହିଳାଙ୍କ ସ୍ବାମୀଙ୍କୁ ଶ୍ବଶୁର ଘର ଲୋକେ ମିଶି ମେଡିକାଲର ମହିଳା ଓ୍ବାର୍ଡ ଭିତରେ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ଆନନ୍ଦପୁର ଅଞ୍ଚଳରେ ବେଶ୍ ଭାଇରାଲ୍ ହେବାକୁ ଲାଗିଛି।

ସବୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମାନ ଅଭିମାନ ରହିଥାଏ । ଝଗଡ଼ା ଲାଗିଲେ ବି ପରେ ବୁଝାମଣା କରି ସବୁ ଠିକ ହେଇଯାଏ …କିନ୍ତୁ ଏଠି ପୁରା ଚିତ୍ର ବଦଳିଯାଇଛି । ଏହି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡ଼ା ବଢ଼ି ପହଂଚିଗଲା ଏକାଥରେ ଚରମ ସୀମାରେ … ସ୍ତ୍ରୀ ରାଗିଯାଇ ଶେଷରେ ଏମିତି କିଛି କରି ବସିଲେ ଯାହା ତାଙ୍କ ଜୀବନ ପ୍ରତି ବିପଦ ନେଇ ଆସିଲା … ଝଗଡ଼ାରେ ରାଗିଯାଇ ସ୍ତ୍ରୀ ଖାଇଲେ ମାତ୍ରାଧିକ ବଟିକା। ଘରୋଇ କଳହକୁ ନେଇ ଏଭଳି ସାଙ୍ଘାତିକ ପରିସ୍ଥିତି ଦେଖିବାକୁ ମିଳିଛି ଆନନ୍ଦପୁର ଅଂଚଳରେ …ତା’ ପର ଘଟଣା ଦେଖି ସବୁ ଆଶ୍ଚର୍ଯ୍ୟ …

ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ଜଣେ ମହିଳାଙ୍କ ସ୍ବାମୀ ଙ୍କୁ ଶ୍ବଶୁର ଘର ଲୋକେ ମିଶି ଏମିତି ମାଡ଼ ମାରିଛନ୍ତି ଯାହାକୁ ଦେଖି ମେଡିକାଲ ର ମହିଳା ଓ୍ବାର୍ଡର କର୍ମଚାରୀ ପୁରା କାବା ହୋଇଯାଇଛନ୍ତି .. ଚାପୁଡ଼ା ସାଙ୍ଗକୁ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ଆନନ୍ଦପୁର ଅଞ୍ଚଳରେ ବେଶ୍ ଭାଇରାଲ୍ ହେବାକୁ ଲାଗିଛି। ସୂଚନା ଅନୁଯାୟୀ ଆନନ୍ଦପୁର ଥାନା କାଠିଆସରା ଗାଁ ର ସଂଜୟ ସ୍ବାଇଁ ଙ୍କ ପତ୍ନୀ ଅନିତା ପାରିବାରିକ କଳହକୁ କେନ୍ଦକରି ରାଗରେ ମାତ୍ରାଧିକ ପରିମାରଣର ଔଷଧ ଖାଇ ଦେଇଥିଲେ , ଯାହା ପାଇଁ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ର ମହିଳା ଓ୍ବାର୍ଡ ରେ ଭର୍ତ୍ତି କରାଯାଇଥିଲା। ସ୍ବାମୀ ସଂଜୟ ମଧ୍ଯ ପତ୍ନୀ ଙ୍କ ପାଖରେ ରହିଥିଲେ। ଏହି ସମୟରେ ଖବର ପାଇ ଅନିତା ଙ୍କ ବାପଘର ଲୋକେ ଆସି ପହଞ୍ଚିବା ପରେ ପ୍ରଥମେ ଆରମ୍ଭ ହୋଇଥିଲା ବଚସା।

ଝିଅର ଏ ଅବସ୍ଥା ଦେଖି ସ୍ୱାମୀ ସଂଜୟକୁ ଦୋଷୀ କରି ବିଧା ଗୋଇଠା ଲଦି ଚାଲିଥିଲେ । ଡାକ୍ତରଖାନା ସିକ୍ଯୁରିଟି ଗାର୍ଡ ଙ୍କ ହସ୍ତକ୍ଷେପ ପରେ ପରିସ୍ତିତି ଶାନ୍ତ ପଡିଥିଲା। ପରେ ପରେ ଗୁରୁତର ଅନିତା ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାକୁ କେନ୍ଦ୍ରକରି ଥାନା ରେ କୌଣସି ଅଭିଯୋଗ ହୋଇନଥିବା ଯାହା ସୂଚନା ମିଳିଛି।