ଜୀବନ୍ୟାସ ପାଇଲେ ମା’ କୋଟ୍ରାକ୍ଷୀ, ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀଙ୍କୁ ଫେରି ପାଇବା ପରେ ଗାଁରେ ଉତ୍ସବର ମହୋଲ

ଜୀବନ୍ୟାସ ପାଇଲେ ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀ। ଅଷ୍ଟଧାତୁ ନିର୍ମିତ ଏହି ଦୁଲ୍ଲର୍ଭ ମୂର୍ତି ଫେରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ।

ଜୀବନ୍ୟାସ ପାଇଲେ ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀ। ଅଷ୍ଟଧାତୁ ନିର୍ମିତ ଏହି ଦୁଲ୍ଲର୍ଭ ମୂର୍ତି ଫେରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ। ମାଙ୍କୁ ସ୍ୱାଗତ ଭବ୍ୟ ସ୍ୱାଗତ କରିବା ସହ ବିଶାଳ ପଟୁଆରରେ ପାଛୋଟି ଆଣିଥିଲେ ଗ୍ରାମବାସୀ। ଏବେ ମାଙ୍କୁ ପୁନଃ ପ୍ରତିଷ୍ଠା କରାଯାଇଥିବା ବେଳେ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ।

ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା କୋଟ୍ରାକ୍ଷୀଙ୍କ ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ଗାଁକୁ ଫେରିଛି। ବିରାଟ ପଟୁଆରରେ ମାଙ୍କୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ଏହାପରେ ମାଙ୍କର ମନ୍ଦିର ପ୍ରବେଶ ସହ ଆୟୋଜିତ ହୋଇଥିଲା ପ୍ରତିଷ୍ଠା ଉତ୍ସବ। ମନ୍ଦିର ପରିବେଶ ହୋଇ ଉଠିଥିଲା ଉତ୍ସବ ମୁଖର। ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ। ସକାଳୁ ସୂର୍ଯ୍ୟପୂଜା କରାଯିବା ପରେ ମାଙ୍କୁ ସ୍ନାନ ମଣ୍ଡପ ପରିକ୍ରମା କରାଯାଇ ୧୦୮ ସୁବାସିତ ଜଳରେ ମହାସ୍ନାନ ପରେ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ଆହୁତି ବିଶେଷ ପ୍ରତିଷ୍ଠାଦି କର୍ମ ଆଦି କରାଯାଇ ମାଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା। ଏହି ସମୟରେ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ମାଙ୍କର ଦର୍ଶନ କରିବା ସହ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ବେଶ ଆନନ୍ଦ ଅନୁଭବ କରିଥିଲେ।

ସୂଚନା ମୁତାବକ, ୨୦୨୧ ଜାନୁଆରୀ ୧୧ତାରିଖରେ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତି ମନ୍ଦିରରୁ ଚୋରି ହୋଇଥିଲା। ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଠାବ ହୋଇଥିଲା। ସେହି ମୂର୍ତ୍ତିଟି ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ବୋଲି ଜଣାପଡିଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିଛି ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ମୂର୍ତ୍ତି ଗାଁକୁ ଫେରିବା ପରେ ଦର୍ପଣଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ଚୋରି ମୂର୍ତ୍ତି ଫେରି ପାଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.