ବାଇକ୍‌ରେ ଖଞ୍ଜିଲେ ମଲ୍ଟିପଲ୍‌ ଶଟ୍‌ସ ବାଣ, ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଭିଡିଓ ଭାଇରାଲ ହେବା ପରେ ବାନ୍ଧି ନେଲା ପୋଲିସ

ତାମିଲନାଡୁର ତ୍ରିଚିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, କିଛି ଯୁବକ ବାଇକ୍‌ରେ ବାଣ ଫୁଟାଇ ଷ୍ଟଣ୍ଟ୍ କରୁଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତାମିଲନାଡୁର ତ୍ରିଚିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, କିଛି ଯୁବକ ବାଇକ୍‌ରେ ବାଣ ଫୁଟାଇ ଷ୍ଟଣ୍ଟ୍ କରୁଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ଷ୍ଟଣ୍ଟ୍‌ କରୁଥିବା ସମ୍ପୃକ୍ତ ଯୁବକଙ୍କୁ ପୋଲିସ ବାନ୍ଧି ନେଇଛି।

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଯୁବକ ଜଣକ ତାଙ୍କ ବାଇକ୍‌ରେ ମଲ୍ଟିପଲ୍‌ ଶଟ୍‌ସ ବାଣ ଖଞ୍ଜୁଛନ୍ତି। ଏହାପରେ ସେ ବାଇକର ଆଗ ଚକକୁ ଉଠାଇ ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ କିଛି ଯୁବକ ଏହି ଭିଡିଓ ସୁଟିଂ କରୁଥିବା ବେଳେ ‘ହାପି ଦିୱାଲୀ’ କହୁଥିବା ଶୁଣିବାକୁ ମିଳୁଛି।

ପୋଲିସ କହିଛି ଯେ ଅଭିଯୁକ୍ତ ଏହି ଭିଡିଓକୁ ନଭେମ୍ବର ୯ରେ ସୁଟ୍‌ କରିଥିଲେ। ଯାଞ୍ଚ ସମୟରେ ପୋଲିସ ଇନଷ୍ଟାଗ୍ରାମରେ ‘ଡେଭିଲ୍ ରାଇଡର୍’ ନାମରେ ତିଆରି ଏକ ପେଜ୍‌ ଖୋଜିଥିଲା। ସେଠାରୁ ବାଇକ୍ ଆରୋହୀଙ୍କୁ ଚିହ୍ନଟ କରି ଅଜୟ ନାମକ ଯୁବକଙ୍କୁ ଗିରଫ କରିଛି।

ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ପାଇଁ ଯୁବକଙ୍କ ପାଖରେ MT15 ଏବଂ ତାଙ୍କ ଭାଇ ଗୌତମଙ୍କ ପାଖରେ R15 ବାଇକ୍ ଥିଲା। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୭୮, ୨୭୯, ୨୮୬, ୩୩୬, ୩୦୮, ୧୧୪ ଏବଂ ମୋଟର ଯାନ ଅଧିନିୟମ ଧାରା ୧୮୪ ଓ ୧୮୮ ଅଧୀନରେ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତ ଅଜୟଙ୍କୁ ଗିରଫ କରିବା ପରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.