ଏୟାର ଲାଇନ୍‌ ଟିକେଟ୍‌ ସ୍କାମ୍‌, ଜାଣନ୍ତୁ ଏହି ସ୍କାମରୁ କିପରି ବଞ୍ଚିବେ

ବେଳେବେଳେ ସ୍ପେସାଲ୍‌ କାମ୍ପେନ୍‌, ଫେଷ୍ଟିଭାଲ୍ ଟାଇମ୍‌ କିମ୍ବା ଛୁଟିଦିନ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମ୍‌ ସମୟରେ ଏୟାର ଲାଇନ୍‌ କମ୍ପାନୀଗୁଡିକ ଟିକେଟ୍ ଉପରେ ଭାରି ଡିସକାଉଣ୍ଟ ଦିଅନ୍ତି । କିନ୍ତୁ ସ୍କାମରମାନେ ଏହି ସବୁ ଡିଲ୍‌ର ଲାଭ ଉଠାଇ ନିରୀହ ଯାତ୍ରୀମାନଙ୍କୁ ସ୍କାମ କରିବାରେ ଲାଗି ପଡ଼ନ୍ତି ।

ବର୍ତ୍ତମାନ ଏୟାର ଲାଇନ୍‌ ଟିକେଟ୍ ବୁକ୍‌ କରିବା ବହୁତ ସହଜ । କାରଣ ଅନଲାଇନରେ ହିଁ ଏହି ଟିକେଟ୍‌ ବୁକ୍‌ କରି ହେଉଛି । ବେଳେବେଳେ ସ୍ପେସାଲ୍‌ କାମ୍ପେନ୍‌, ଫେଷ୍ଟିଭାଲ୍ ଟାଇମ୍‌ କିମ୍ବା ଛୁଟିଦିନ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମ୍‌ ସମୟରେ ଏୟାର ଲାଇନ୍‌ କମ୍ପାନୀଗୁଡିକ ଟିକେଟ୍ ଉପରେ ଭାରି ଡିସକାଉଣ୍ଟ ଦିଅନ୍ତି । କିନ୍ତୁ ସ୍କାମରମାନେ ଏହି ସବୁ ଡିଲ୍‌ର ଲାଭ ଉଠାଇ ନିରୀହ ଯାତ୍ରୀମାନଙ୍କୁ ସ୍କାମ କରିବାରେ ଲାଗି ପଡ଼ନ୍ତି । ତେବେ ଏହି ଏୟାର ଲାଇନ୍‌ ଟିକେଟ୍‌ ସ୍କାମ୍‌ କଣ ଏବଂ ଏହା ଠାରୁ କିପରି ବଞ୍ଚିବେ ସେଥିପାଇଁ ଇଣ୍ଟରପୋଲ କିଛି ଟିପ୍ସ ଦେଇଛି ।

ଏୟାର ଲାଇନ୍‌ ଟିକେଟ୍ ସ୍କାମ : ନାଁ ରୁ ହିଁ ଜଣା ପଡ଼ୁଛି ଏହି ସ୍କାମ କିଛି ଫ୍ଲାଇଟ ସମ୍ବନ୍ଧୀୟ ସ୍କାମ୍‌ ହୋଇଥିବ । ଯେଉଁଥିରେ ସ୍କାମର୍ସ ମାନେ ଅଫିସିଆଲ୍ ଦେଖାଯାଉଥିବା ୱେବସାଇଟ୍ କିମ୍ବା ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମରେ ଟିକେଟ୍ ଦେବାକୁ ଦାବି କରନ୍ତି । ଏହି ୱେବସାଇଟ୍ ଗୁଡିକ ଏୟାର ଲାଇନ୍ସ, ଟ୍ରାଭେଲ ଏଜେନ୍ସି କିମ୍ବା ଏଜେଣ୍ଟମାନଙ୍କର ଅଫିସିଆଲ୍ ୱେବସାଇଟ୍ ପରି ଦେଖାଯାଏ ।

ରିପୋର୍ଟ ଅନୁଯାୟୀ, ଅପରାଧୀମାନେ ତୁରନ୍ତ ପେମେଣ୍ଟ କରିବାକୁ କହିଥାନ୍ତି ଯେପରିକି ବ୍ୟାଙ୍କ ଟ୍ରାନ୍ସଫର, ଭର୍ଚୁଆଲ୍ କରେନ୍ସି ଓ କ୍ୟାସ ମଧ୍ୟ ମାଗନ୍ତି । ଅପରାଧୀମାନେ ଏହି ଟିକେଟ୍ କିଣିବା ପାଇଁ ଚୋରି ହୋଇଥିବା କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ଏବଂ ତାପରେ ଏହି ଟିକେଟ୍ ଲୋକଙ୍କୁ ପଠାଇଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିକେଟ୍ ପଠାଯିବା ପରେ ଏଥିରୁ କିପରି ସ୍କାମ ହୋଇଥାଏ ।

ଏୟାରଲାଇନ୍‌ ଟିକେଟ୍ ସ୍କାମରେ ଯଦି ଚୋରି ହୋଇଥିବା କ୍ରେଡିଟ୍ କାର୍ଡର ମାଲିକ ଘଟଣା ସମ୍ପର୍କରେ ବ୍ୟାଙ୍କକୁ ସୂଚନା ଦିଅନ୍ତି ତେବେ ଟିକେଟ୍ କ୍ୟାନ୍ସଲ ହୋଇଯିବ । ଏୟାର ଲାଇନ୍‌ ଆପଣଙ୍କ ଟିକେଟ୍ କ୍ୟାନ୍ସଲ୍ କରିବ ଏହା ଦ୍ୱାରା ଆପଣ ଯାତ୍ରା କରିପାରିବେ ନାହିଁ ଏବଂ ନିଜ ଟଙ୍କା ମଧ୍ୟ ହରାଇବେ ।

କିପରି ଜାଣିବେ ଟିକେଟ୍ ସେଲ୍‌ ଫ୍ରଡ୍‌ :
ଯଦି ଟିକେଟ୍ ଦାମ୍‌ ଅନ୍ୟ ଅପ୍ସନ ଅପେକ୍ଷା ଶସ୍ତାରେ ମିଳୁଛି ତେବେ ସତର୍କ ରୁହନ୍ତୁ । ଅପରାଧୀମାନେ ଆପଣଙ୍କୁ ଆକର୍ଷଣୀୟ ଅଫରରେ ଆକର୍ଷିତ କରିପାରନ୍ତି ।
ଡିପାର୍ଚର ଡେଟକୁ ନେଇସତର୍କ ରୁହନ୍ତୁ । ଠକମାନେ ପ୍ରାୟତଃ ଫ୍ଲାଇଟ ଯାତ୍ରାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ସ୍କାମ୍‌ ଟିକେଟ୍ ବିକ୍ରି କରନ୍ତି ।

ପେମେଣ୍ଟ ମେଥଡ୍‌ : ଯଦି ଆପଣଙ୍କୁ କ୍ୟାସ୍‌ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ଦ୍ୱାରା ଟଙ୍କା ଦେବାକୁ ଅନୁରୋଧ କରାଯାଏ ତେବେ ସାବଧାନ ରୁହନ୍ତୁ । ଠକେଇ ମାମଲାରେ ଏହି ପେମେଣ୍ଟ ଗୁଡ଼ିକରେ ଆପଣଙ୍କ ଟଙ୍କା ତୁରନ୍ତ ଚାଲିଯାଏ ।

ଟିକେଟ୍‌ ବିକ୍ରି କରୁଥିବା ଟ୍ରାଭେଲ ଏଜେନ୍ସିର ୱେବସାଇଟ୍ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟର ଠିକଣା ଏବଂ ଲ୍ୟାଣ୍ଡଲାଇନ ଟେଲିଫୋନ୍ ନମ୍ବର ସହିତ କଣ୍ଟାକ୍ଟ ଡିଟେଲ୍ସ ଦେଉଛି କି ନାହିଁ ଯାଞ୍ଚ କରନ୍ତୁ । ଯଦି ଏପରି କିଛି ଠିକଣା ବା ଫୋନ ନମ୍ବର ନଥାଏ ତେବେ ଟିକେଟ କିଣିବା ପୂର୍ବରୁ ଟ୍ରାଭେଲ ଏଜେନ୍ସିର ସମସ୍ତ ଯାଞ୍ଚ କରିବାକୁ ଚେଷ୍ଟା କରନ୍ତୁ ।
ସେଫ୍‌ ଟିକେଟ୍‌ ବୁକିଂ ପାଇଁ ଟିପ୍ସ :
ଏୟାର ଲାଇନ୍‌ ଟିକେଟ୍‌ କୁ ସିଧା ଏୟାରଲାଇନରୁ କିମ୍ବା ଆପଣଙ୍କ ଦେଶର ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ପ୍ରମାଣିତ ଟ୍ରାଭେଲ ଏଜେନ୍ସି ଦ୍ୱାରା ଏୟାର ଲାଇନ୍‌ ଟିକେଟ କିଣନ୍ତୁ ।

ଅନଲାଇନ୍ ଟ୍ରାନଜାକ୍ସନ୍‌ : ୱେବ୍ ଆଡ୍ରେସରେ ସୁରକ୍ଷିତ ପେମେଣ୍ଟ ସିଷ୍ଟମ ଥିବା ୱେବସାଇଟରୁ ଅନଲାଇନ୍ ଟିକେଟ୍ କିଣନ୍ତୁ ।

ଟ୍ରାଭେଲ ଏଜେନ୍ସି ଉପରେ ଯାଞ୍ଚ କରନ୍ତୁ : ଟିକେଟ୍‌ କିଣିବା ପୂର୍ବରୁ, ଟ୍ରାଭେଲ ଏଜେନ୍ସିକୁ ଭଲ ଭାବରେ ଯାଞ୍ଜ କରନ୍ତୁ । ୱେବସାଇଟ୍ ଗୁଡ଼ିରର ଉଭୟ ସକରାତ୍ମକ ଏବଂ ନକରାତ୍ମକ ଅନଲାଇନ୍ ରିଭିଉକୁ ଦେଖନ୍ତୁ ।

ସମସ୍ତ ସର୍ତ୍ତକୁ ଯାଞ୍ଚ କରନ୍ତୁ: କୌଣସି ଟ୍ରାନଜାକ୍ସନ କରିବା ପୂର୍ବରୁ, ସମସ୍ତ ସର୍ତ୍ତକୁ ଧ୍ୟାନ ଦିଅନ୍ତୁ ଏବଂ ରିଫଣ୍ଡ ପଲିସିକୁ ଭଲ ଭାବେ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.