ରାଜଧାନୀର ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକେ, ମହିଳା ମୃତ
ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରେ ଏକ ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ଜୀବନ ଚାଲିଯାଇଛି । କିଛି ଲୋକ ଡେଇଁ ପଡି ଜୀବନ ବଞ୍ଚାଇଛନ୍ତି ।

ଦିଲ୍ଲୀର ଶକରପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏକ ଆବାସିକ ବିଲିଡିଂରେ ୬୦ ଜଣ ଲୋକ ଫସିଥିଲେ । ଏମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ଅଗ୍ନିଶମ କର୍ମଚାରୀଙ୍କ କହିବା ମୁତାବକ, ବିଲିଡିଂରେ ୬୦ରୁ ଅଧିକ ଲୋକ ରହିଥିଲେ । ଅନେକ ଲୋକ ନିଆଁ ଲାଗିବା ଯୋଗୁଁ ବିଲିଡିଂରୁ ଡେଇଁ ଜୀବନ ବଞ୍ଚାଇଛନ୍ତି । ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୨୬ ଜଣଙ୍କ ଜୀବନ ବଞ୍ଚାଇବା ସହିତ ନିଆଁକୁ ଆୟତ୍ତ କରିଛି । ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ଲୋକେ ଏଣେ ତେଣେ ଦୌଡିଥିଲେ ।
#WATCH | One woman died after a fire broke out at a residential building in the Shakarpur area of East Delhi last night. Fire brigade reached the spot, rescued 26 people and doused the fire: Delhi Fire Service pic.twitter.com/XbKZ0TG56j
— ANI (@ANI) November 14, 2023
ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଅନେକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତକାଲି ହାଇଦ୍ରାବାଦର ଏକ ବିଲିଡିଂରେ ନିଆଁ ଲାଗି ୯ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ଲୋକେ ଏଠାରେ ମଧ୍ୟ କପଡାକୁ ରଶି କରି ତଳକୁ ଓହ୍ଲାଇବା ସହିତ ଅଗ୍ନିଶମ କର୍ମଚାରୀ ଝରକା ଦେଇ ଲୋକଙ୍କୁ ଉଦ୍ଧାର କରିଥିଲେ । ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳ ସ୍ଥିତ ଏକ ୪ ମହଲା ଆପାର୍ଟମେଣ୍ଟ ତଳେ କାର ରିପାରିଂ ଗାରେଜରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ତୁରନ୍ତ ବିଲିଡିଂର ସବୁ ମହଲାକୁ ଲାଗିଯାଇଥିଲା । ତେଣୁ ସେଥିରେ ଥିବା ଲୋକେ ତୁରନ୍ତ ବାହାରି ପାରିନଥିଲେ ।