ଝାଡ଼ଖଣ୍ଡ: କସ୍‌ମେଟିକ ଦୋକାନରେ ଲାଗିଲା ଭୀଷଣ ନିଆଁ; ୪ ବର୍ଷର ଝିଅ ସମେତ ପରିବାରର ୩ ମୃତ

ଝାଡ଼ଖଣ୍ଡର ଧନବାଦରେ କେନ୍ଦୁଆଡିହ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ମହିଳା ଏବଂ ୪ ବର୍ଷର ଏକ ଝିଅର ମୃତ୍ୟୁ ହୋଇଛି। ଏକାଧିକ ଲୋକ ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଝାଡ଼ଖଣ୍ଡର ଧନବାଦରେ କେନ୍ଦୁଆଡିହ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ମହିଳା ଏବଂ ୪ ବର୍ଷର ଏକ ଝିଅର ମୃତ୍ୟୁ ହୋଇଛି। ଏକାଧିକ ଲୋକ ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରେ ଦେଢ଼ ମାସର ଏକ ଶିଶୁକନ୍ୟା ମଧ୍ୟ ଅଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, କେନ୍ଦୁଆଡିହ ଥାନା ଅଧୀନ ଜେବର ପଟିସ୍ଥିତ ଏକ କସ୍‌ମେଟିକ ଦୋକାନରେ ହଠାତ୍ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ହଜାର ହଜାର ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଦୋକାନର ଉପର ତାଲାରେ ଏକ ଘର ଥିଲା, ଯେଉଁଠି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଥିଲେ। ଲୋକମାନେ ନିଆଁ ଲିଭାଇବା ସହିତ ଘରେ ଥିବା ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଥିଲେ। ଏହାସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବା ଜାରି ରଖିଥିଲେ। ଲୋକେ ବାଲ୍ଟି, ଡେକ୍‌ଚି ଏବଂ ଅନ୍ୟାନ୍ୟ ପାତ୍ରରେ ନିଜ ଘରୁ ପାଣି ଆଣି ନିଆଁକୁ ଆୟତ୍ତ କରୁଥିଲେ। ସେପଟେ ଏହି ଅଗ୍ନିକାଣ୍ଡରେ ପରିବାର ସଦସ୍ୟଙ୍କ ଅବସ୍ଥା ବିଗିଡି ଯାଉଥିଲା। ଲୋକମାନେ ବାଲକୋନୀରେ ସିଡି ରଖି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ବହୁ କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।

ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ, ଦୋକାନ ମାଲିକ ସୁବାଷ ଗୁପ୍ତାଙ୍କ ୬୫ ବର୍ଷୀୟା ମା’ ଉମା ଦେବୀ, ୪ ବର୍ଷର ଝିଅ ମୌଲି ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗୁପ୍ତା (୩୦)। ସ୍ଥାନୀୟ ଲୋକଙ୍କ କହିବା ହେଲା, କସ୍‌ମେଟିକ ଦୋକାନକୁ ଲାଗିଥିବା ଏକ ଇଲେକ୍ଟ୍ରୋଟିକ୍‌ ଦୋକାନରେ ମଧ୍ୟ ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।

You might also like