Below header

କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଅଭିଜିତ ଆୟାର ମିତ୍ର

ଭୁବନେଶ୍ବର (କେନ୍ୟୁଜ୍) : ଅଭିଜିତ ଆୟାର ମିତ୍ର ଅସୁସ୍ଥ। ଚିକିତ୍ସା ପାଇଁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କର ଚିକିତ୍ସା କରାଯାଉଛି। ପେଟରେ ଯନ୍ତ୍ରଣା ପାଇଁ ତାଙ୍କର ଚିକିତ୍ସା ଚାଲିଛି। ଗତ ଅକ୍ଟୋବର ୨୩ତାରିଖରେ ସହିଦ୍ ନଗର ଥାନା ପୋଲିସ ତାଙ୍କୁ ଗିରଫ କରି SDJM କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କ ଜାମିନ୍ ଆବେଦନ ଖାରଜ କରି ଜେଲ୍ ପଠାଇଦେଇଥିଲେ।

ପରେ ସେପ୍ଟେମ୍ବର ୨୦ ତାରିଖରେ ସହିଦ୍ ନଗର ପୋଲିସ ଆଉ ଏକ ମାମଲା ରୁଜୁ କରିଥିବାବେଳେ କୋଣାର୍କ ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଥିଲା। ଏହାପରେ କୋଣାର୍କ ପୋଲିସ ତାଙ୍କୁ ଜେରା କରିବା ପରେ କୋର୍ଟରେ ହାଜର କରାଇଥିଲା। ଅକ୍ଟୋବର ୨୬ରେ କୋଣାର୍କ JMFC କୋର୍ଟ ତାଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ। ଏବେ ସେ ଝାରପଡ଼ା ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.