ଉଡ଼ନ୍ତା ବିମାନରେ ମଧ୍ୟ ପାଇଲଟ ଭୁଲିଲେନି ମର୍ଯ୍ୟାଦା, ନିଜ ଶିକ୍ଷକଙ୍କୁ କଲେ ସମ୍ମାନିତ

ସାଧାରଣତଃ ସ୍କୁଲ ଏବଂ କଲେଜରେ ପାଠପଢ଼ା ସରିବା ପରେ ଆମେ ସମସ୍ତେ ନିଜ କ୍ୟାରିୟର ଏବଂ ଭିବିଷ୍ୟତ ଗଢ଼ିବାରେ ବ୍ୟସ୍ତ ହୋଇଯା’ନ୍ତି। ଏହି ବ୍ୟସ୍ତ ବହୁଳ ଜୀବନରେ ହଠାତ ଯଦି କେହି ଶିକ୍ଷକ ସାମ୍ନାକୁ ଆସିଯାଇଥାନ୍ତି ତେବେ ଆମେ ନିଜ ଖୁସିକୁ ଅଟକାଇ ପାରିନଥାନ୍ତି। ସେହିପରି ଏକ ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ବିମାନ ମଧ୍ୟରେ ପାଇଲଟ ଜଣକ ନିଜ ଶିକ୍ଷକଙ୍କୁ ଫୁଲ ଗୁଲଦସ୍ତା ଦେବା ସହ ଜଣାଇଥିଲେ ସମ୍ମାନ। ଯାହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ବହୁ ସଂଖ୍ୟାକ ଶେୟାର ମଧ୍ୟ ହୋଇଛି।

ଭିଡ଼ିଓରେ ଦେଖିବାକୁ ମିଳିଛି , ଏକ ତୁର୍କୀସ ଏୟାରଲାଇନ୍ରେ କାମ କରୁଥିବା ଜଣେ ପାଇଲଟ ହଠାତ୍ ଜାଣିବାକୁ ପାଇଲେ ବିମାନରେ ତାଙ୍କ ପସନ୍ଦର ସ୍କୁଲ ଶିକ୍ଷକ ଯାତ୍ରା କରୁଛନ୍ତି। ଏଣୁ ସେ ତାଙ୍କୁ ସମ୍ମାନିତ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଥିଲେ । ପ୍ରଥମେ ସେ ବିମାନରେ ଥିବା ଯାତ୍ରୀଙ୍କୁ ନିଜ ସ୍କୁଲ ଶିକ୍ଷକଙ୍କର ସ୍ବତନ୍ତ୍ର ପରିଚୟ କରାଇଥିଲେ। ପରେ ବିମାନରେ ଉପସ୍ଥିତ ଥିବା କ୍ୟାବିନ୍ କ୍ରିଉ ମେମ୍ବର ଗୋଟିଏ ଲାଇନ୍ରେ ଆସି ଶିକ୍ଷକଙ୍କୁ ଫୁଲ ତୋଡ଼ା ଦେଇଥିଲେ । ଏହାପରେ ଶିକ୍ଷକଜଣଙ୍କ ଛାତ୍ରଙ୍କ ସାମ୍ନାନ ଦେଖି ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ଶେଷକୁ ପାଇଲଟ ଆସି ନିଜ ଶିକ୍ଷକଙ୍କୁ ଆଲିଙ୍ଗନ କରିବା ସହ ତାଙ୍କୁ ବହୁତ ଧନ୍ୟବାଦ ଜଣାଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କ ଆଖିରେ ଲୁହ ଆଣିଦେଇଥିଲା।


ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଘଟଣାର ଭିଡ଼ିଓ ଏବେ ଟ୍ବିଟରରେ ପୋଷ୍ଟ କରିଥିବା ବେଳେ ତାହା ଏବେ ବହୁ ସଂଖ୍ୟାକ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.