Below header

ବାକ୍ୟବୀର ସିଦ୍ଧୁଙ୍କ ପାଇଁ ଅଡ଼ୁଆ; ଇସ୍ତଫା ଦାବି କଲେ ସହଯୋଗ, କାହିଁଁକି ପଢନ୍ତୁ

ଅମୃତସର : ନିଜ ବଡ଼ ବଡ଼ କଥା ପାଇଁ ବାକ୍ୟବୀର ନଭଜ୍ୟୋତ ସିଂହ ସିଦ୍ଧୁ ଏବେ ପୁଣି ଅଡୁଆରେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ବିବାଦ ସୃଷ୍ଟି କରିବା ପରେ ଏବେ ପୁଣି ପାକିସ୍ତାନ ଗସ୍ତକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସଂହଙ୍କ ନାଁ ବିଭିନ୍ନ କଥା କହିଥିବାରୁ କ୍ୟାବିନେଟ୍‌ରେ କିଛି ମନ୍ତ୍ରୀ ତାଙ୍କ ଇସ୍ତଫା ଦାବି କରିଛନ୍ତି ।
ପାକିସ୍ତାନ ଗସ୍ତରେ ଯିବାକୁ ତାଙ୍କୁ ଅମରିନ୍ଦର ସିଂହ ମନା କରିଥିଲେ । ଏହା ଉପରେ ଟିପ୍ପଣୀ ଦେଇ ସିଦ୍ଧୁ କହିଥିଲେ ଯେ ମୋର କ୍ୟାପଟେନ୍‌ ହେଉଛନ୍ତି ରାହୁଲ ଗାନ୍ଧୀ । ଏଥିରେ ଅନ୍ୟ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ଆମ ସମସ୍ତଙ୍କ କ୍ୟାପଟେନ୍‌ । ତେବେ ପଞ୍ଜାବରେ ଆମ କ୍ୟାପଟେନ୍‌ ହେଉଛନ୍ତି ଅମରିନ୍ଦର ସିଂହ । ଯଦି ସିଦ୍ଧୁ ତାଙ୍କୁ ମାନିବାକୁ ଚାହୁଁ ନାହାନ୍ତି ତେବେ ସେ କ୍ୟାବିନେଟ୍‌ରୁ ଇସ୍ତଫା ଦେଇ ଦିଅନ୍ତୁ । ରାହୁଲ ଗାନ୍ଧୀ ତାଙ୍କୁ ଯେଉଁ କାମ ଦେଉଛନ୍ତି ସେଠି କରନ୍ତୁ । କିଛି ସଦସ୍ୟ ଏଭଳି ବି କହିଛନ୍ତି କି ସିଦ୍ଧୁ ଜଣେ ରାଜନୈତିକ ବ୍ୟକ୍ତି । ତେଣୁ ସାଧାରଣରେ କିଛି କହିଲା ବେଳେ ସତର୍କ ରୁହନ୍ତୁ । ନଚେତ ତାଙ୍କ କ୍ୟାରିୟର ବରବାଦ ହୋଇଯିବ । ରାଜନୀତିକୁ କପିଲ ଶର୍ମାଙ୍କ ସୋ ବୋଲି ଭାବନ୍ତୁ ନାହିଁ ।

ସିଦ୍ଧୁ ଅମରିନ୍ଦରଙ୍କ ବିରୋଧରେ ସିଧାସଳଖ କହି ନଥିଲେ ମଧ୍ୟ ପରୋକ୍ଷରେ ଯେଭଳି ଆକ୍ଷେପ କରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଓ ସେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସଦସ୍ୟମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.