Below header

ମାସକୁ ୬୦ ଟଙ୍କା ବିଜୁଳି ବିଲ୍ ଆସୁଥିବା ଘରକୁ ୪ ମାସରେ ଆସିଲା ୪ଲକ୍ଷ ୫୩ ହଜାର ଟଙ୍କାର ବିଲ୍‌, ମୁଣ୍ଡରେ ହାତ ଦେଇ ବସିଛନ୍ତି ଦିନ ମଜୁରିଆ ଖୁଦିରାମ

ବାଲେଶ୍ବର(କେନ୍ୟୁଜ୍): ୪ ମାସରେ ୪ଲକ୍ଷ ୫୩ ହଜାର ଟଙ୍କା ବିଜୁଳି ବିଲ୍‌। ଆଗରୁ ଆସୁଥିଲା ମାସକୁ ୫୦ରୁ ୬୦ ଟଙ୍କା ବିଲ୍‌ । ଏବେ ଆସିଛି ମାସକୁ ଏକ ଲକ୍ଷ ୧୪ ହଜାର ଟଙ୍କା ବିଲ୍‌। କୁଟୀର ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ପାଇଥିବା ଗରିବ ହିତାଧିକାରୀଙ୍କ ନାଁରେ ଆସିଛି ୪ଲକ୍ଷ ୫୩ ହଜାର ଟଙ୍କାର ବିଲ୍‌।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବରବୁରିଆ ଗାଁର ଖୁଦିରାମ ମଣ୍ଡଳ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ଅବାସ ଯୋଜାନାରେ ଘର ଖଣ୍ଡିଏ ମିଳିଥିବା ବେଳେ କୁଟୀର ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ହୋଇଛି। ୪ମାସ ହେବ ଖୁଦିରାମଙ୍କ ନିକଟକୁ ବିଜୁଳି ବିଲ୍‌ ଆସିନଥିଲା। ଏବେ ୫ ମାସ ପରେ ପହଞ୍ଚିଛି ୪ଲକ୍ଷ ୫୩ ହଜାର ୨୩୧ଟଙ୍କାର ବିଦ୍ୟୁତ ବିଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.