ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଚାର୍ଯ୍ୟ ବରଣ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ

ସରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ୧୭ରେ ଲୋକାର୍ପଣ ଉତ୍ସବ ପାଇଁ ଆରମ୍ଭ ହୋଇଛି ପୂଜାବିଧି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଚାର୍ଯ୍ୟ ବରଣ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ସରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ୧୭ରେ ଲୋକାର୍ପଣ ଉତ୍ସବ ପାଇଁ ଆରମ୍ଭ ହୋଇଛି ପୂଜାବିଧି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଚାର୍ଯ୍ୟ ବରଣ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀନଅରରେ ଆଚାର୍ଯ୍ୟ ବରଣ ପରେ ବ୍ରାହ୍ମଣଙ୍କ ସହ ଗଜପତି ମହାରାଜ ଆଲୋଚନା କରିଛନ୍ତି। ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ ବୋଲି କହିଛନ୍ତି ଗଜପତି ମହାରାଜ।

ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କୋଠାବାଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା। ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇ ପ୍ରକଳ୍ପ କାମ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ, ମନ୍ଦିର ସୁରକ୍ଷା ଏକାନ୍ତ ଜରୁରୀ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ସଂସ୍କୃତି ସାରା ବିଶ୍ବ ଦେଖିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

Leave A Reply

Your email address will not be published.