Below header

ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା

ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ।। କାନନବିହାରସ୍ଥିତ ଘରେ ଚଢ଼ାଉ ବେଳେ ପଡୋଶୀଙ୍କ ଛାତ ଉପରୁ ମିଳିଛି ପେଟି ପେଟି ଟଙ୍କା । ୬ଟି ପେଟିରୁ ବିଡ଼ାବିଡ଼ା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌। ୬ଟି ପେଟିରେ ରହିଛି ୫୦୦ ଟଙ୍କିଆ ନୋଟ୍‌। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ୨ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌। କାନନବିହାରସ୍ଥିତ ଘରେ ଚଢ଼ାଉ ବେଳେ ପଡୋଶୀଙ୍କ ଛାତ ଉପରୁ ମିଳିଛି ପେଟି ପେଟି ଟଙ୍କା । ୬ଟି ପେଟିରୁ ବିଡ଼ାବିଡ଼ା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌। ୬ଟି ପେଟିରେ ରହିଛି ୫୦୦ ଟଙ୍କିଆ ନୋଟ୍‌। ଏହାସହ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ୨ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ରହିଛି ।

ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।

ସେପଟେ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଘର ଓ ଭୁବନେଶ୍ୱର ସ୍ଥିତ କାନନବିହାର ଘରେ ଚଢ଼ାଉ ଜାରି ରହିଛି। ଚଢାଉରେ ସାମିଲ ଅଛନ୍ତି ୯ଟି ଟିମ୍‌। ସୁନ୍ଦରଗଡ଼ ଭିଜିଲାନ୍‌ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍‌ସ ପକ୍ଷରୁ ଏହି ରେଡ କରାଯାଇଛି । ରେଡ୍‌ରେ ୨ ଅତିରିକ୍ତ ଏସ୍‌ପି, ୭ DSP, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.