ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ, କନ୍ଧମାଳରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନକି ଭାବେ ଆରମ୍ଭ କଲେ ସେବା

କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ଡ୍ରୋନ୍‌ ସେବା କେନ୍ଦ୍ର ଉଦ୍‌ଘାଟନ କରି ଡ. ସାମନ୍ତ କହିଲେ, କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଏହି ସେବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହେବ ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’କୁ ଉଦ୍‌ଘାଟନ କରିଥିଲେ । ଫୁଲବାଣୀ ସ୍ଥିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡ୍ରୋନ୍‌ ସେବା କେନ୍ଦ୍ର ଉଦ୍‌ଘାଟନ କରି ଡ. ସାମନ୍ତ କହିଲେ, କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଏହି ସେବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହେବ ।

ଭାରତର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରଥମ କରି କନ୍ଧମାଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଏହାଦ୍ୱାରା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ବହୁ ଲୋକ ଉପକୃତ ହୋଇପାରିବେ । ଲୋକଙ୍କ ନିକଟରେ ତତ୍‌କ୍ଷଣାତ ଔଷଧ ଓ ଟିକାକରଣ ସୁବିଧା ଆଦି ଯୋଗାଇ ଦିଆଯିବା ସହ ଲୋକଙ୍କଠାରୁ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇପାରିବ ବୋଲି ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଡ. ସାମନ୍ତ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.