Below header

ଥମୁନି ଲଜ୍ଜା, ହାଇଦ୍ରାବାଦ ଘଟଣାର ଉଷ୍ମତା ନ ଥମୁଣୁ ପୁରୀରୁ ଆସିଲା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ପୁରୀ(କେନ୍ୟୁଜ୍): ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ନିଲମ୍ବିତ କନେଷ୍ଟବଳ।ଏ ନେଇ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ। ଅଭିଯୁକ୍ତମାନଙ୍କୁ ଧରି ଆଣିବା ବେଳେ କୁମ୍ଭାରପଡ଼ା ଥାନା ଆଗରେ ସାଧାରଣ ଲୋକେ ଅଭିଯୁକ୍ତମାନଙ୍କୁ ଧକ୍କା ମାରିଥିଲେ। ତାଙ୍କ ନାମ ଜିତେନ୍ଦ୍ର କୁମାର ସେଠୀ । ସୂଚନା ମୁତାବକ, ଯୁବତୀଙ୍କ ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା। ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ପୁରୀ ଆଣି ଥିଲେ। ପୋଲିସ କ୍ୱାର୍ଟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.