Below header

ଏ ବର୍ଷ ପୁଣି ପାଞ୍ଜିକୁ ନେଇ ବିବାଦ, ସମୀକ୍ଷକ କହିଲେ ରାଧାରମଣ ପ୍ରେସ ପଞ୍ଜିକା ବିଶ୍ୱାସନୀୟ ନୁହେଁ

କେନ୍ୟୁଜ୍(ବ୍ୟୁରୋ):ଚଳିତ ବର୍ଷ ପୁଣିଥରେ ପାଞ୍ଜିକୁ ନେଇ ବିବାଦ । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ଵାରା ସ୍ୱୀକୃତ ପଞ୍ଜିକା ବିଶ୍ୱାସନୀୟ ନୁହେଁ ବୋଲି ପାଞ୍ଜି ସମୀକ୍ଷକମାନେ କହିଛନ୍ତି । ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା,ଅସଲି ଖଡ଼ି ରତ୍ନ ପଞ୍ଜିକା,ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଥିବାବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ରାଧାରମଣ ପ୍ରେସ ପଞ୍ଜିକା ସଂପୂର୍ଣ୍ଣ ଭିନ୍ନ । ଫଳରେ ଏହି ପଞ୍ଜିକା ଅନୁସରଣ କଲେ ଜନ୍ମ ଜାତକ,ପୁଷ୍କର ଦୋଷ,ଶ୍ରାଦ୍ଧ ଦିବସ ଓ ଲଗ୍ନ ଭୁଲ ହେବା ସମ୍ଭାବନା ରହିଛି ।

ଏନେଇ ବାରମ୍ବାର ମୁକ୍ତିମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ,ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା କହିଛନ୍ତି ପାଞ୍ଜି ସମୀକ୍ଷକ ଓ ଗଣକ । ମୁକ୍ତିମଣ୍ଡପ ପଣ୍ଡିତ ସଭା ଅଧିନରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନରେ ଥିବା ବିଜ୍ଞ ଗଣକ, ପାଞ୍ଜିକା ଓ ଧର୍ମଶାସ୍ତ୍ରଜ୍ଞକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ନିଜସ୍ୱ ପାଞ୍ଜି ପ୍ରଚଳନ କରିବାକୁ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.