ବକ୍ସ ଅଫିସ୍‌ରେ ରେକର୍ଡ କରୁଛି KGF 2, ସ୍ପଟରେ ବିକ୍ରି ହୋଇଛି ୨ କୋଟିରୁ ଅଧିକ ଟିକେଟ୍

ଦିନକୁ ଦିନ ବଢ଼ିବାରେ ଲାଗୁଛି ଇଣ୍ଡିଆନ୍ ହିଷ୍ଟୋରିକାଲ୍ ଫିଲ୍ମର କ୍ରେଜିନେସ୍। ଖାସ କରି ସତ କାହାଣୀ ଓ ଐତିହାସିକ ଘଟଣା ଉପରେ ତିଆରି ହୋଇଥିବା ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଚଳଚ୍ଚିତ୍ର ପ୍ରେମୀ। ସେଥି ପାଇଁ ତ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଦର୍ଶକଙ୍କୁ ଖୁସି କରିବା ପାଇଁ ତିଆରି କରୁଛନ୍ତି ସେହି ଭଳି ଫିଲ୍ମ। ତେବେ ବର୍ତ୍ତମାନ ମଧ୍ୟ ସବୁ ଫିଲ୍ମକୁ ପଛରେ ପକାଇ ଚଳଚ୍ଚିତ୍ର ଜଗତରେ ଇତିହାସ ସୃଷ୍ଟି କରିଛି ‘କେଜିଏଫ୍‌: ଚାପ୍ଟର ୨’।

କହିବାକୁ ଗଲେ ଏହି ଚଳଚ୍ଚିତ୍ର ଭାରତୀୟ ସିନେମାରେ ଇତିହାସ ସୃଷ୍ଟି କରିଛି। ଏହି ସାଉଥ୍ ଇଣ୍ଡିଆନ୍ ଫିଲ୍ମ ହଲିଉଡ୍‌ ଫିଲ୍ମକୁ ବି ମାତ୍‌ ଦେଇଛି। ‘କେଜିଏଫ୍‌: ଚାପ୍ଟର ୨’ ବକ୍ସ ଅଫିସ୍‌ରେ ଇତିହାସ ରଚିବାକୁ ଯାଉଛି କହିଲେ କିଛି ଭୁଲ ହେବନି। ଫିଲ୍ମ ଆଡ୍‌ଭାନ୍ସ ବୁକିଂ ମାମଲାରେ ପୂର୍ବରୁ ହିଁ ‘ବାହୁବଲୀ ୨’ ଏବଂ ‘RRR’ର ରେକର୍ଡ ଭାଙ୍ଗି ସାରିଛି। ଏହି ଫିଲ୍ମ ହଲିଉଡ୍‌ ବ୍ଲକବଷ୍ଟର ଫିଲ୍ମ ‘Avengers: Endgame’କୁ ବି ପଛରେ ପକାଇ ଦେଇଛି।

ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ୨.୯ ମିଲିୟନ ଅର୍ଥାତ୍‌ ୨୦ କୋଟିରୁ ଅଧିକ ଟଙ୍କାର ଟିକେଟ୍‌ ବିକ୍ରି କରି ନୂଆ ରେକର୍ଡ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଏହା ବକ୍ସ ଅଫିସ୍‌ରେ ବି ଧମାଲ କରିଛି। କୁହାଯାଉଛି, ‘କେଜିଏଫ୍‌: ଚାପ୍ଟର ୨’ର ହିନ୍ଦୀ ଭର୍ସନ ବକ୍ସ ଅଫିସ୍‌ରେ ପ୍ରଥମ ଦିନ ୬୦ କୋଟି ଟଙ୍କାରୁ ଅଧିକ ଆୟ କରି ରାଜାମୌଳୀଙ୍କ ‘ବାହୁବଲୀ ୨’ର ଓପନିଂ ରେକର୍ଡକୁ ଭାଙ୍ଗି ଦେଇଛି। ତେବେ ଟ୍ରେଡ୍‌ ଆନାଲିଷ୍ଟ୍‍ ହିନ୍ଦୀ ଭର୍ସନର ୫୦ କୋଟି ଆୟକୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ, ଏହା ତା’ଠାରୁ ବି ଅଧିକ ବିଜନେସ୍‌ କରିଛି।

ନିକଟରେ AndhraBoxOffice.com ଟ୍ଵିଟ୍‌ କରିଛି ଯେ ଭାରତୀୟ ସିନେମା ଇତିହାସରେ କୌଣସି ବି ଫିଲ୍ମ ଏତେ ମାତ୍ର ଗୋଟେ ଦିନରେ ଏତେ କଲେକ୍ସନ କରିନାହିଁ ଯେତେ ଏହି କେଜିଏଫ୍ ୨। ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ ଏହି ଫିଲ୍ମ ପ୍ରଥମ ଦିନରେ କେବଳ ଭାରତରେ ୧୩୪.୫ କୋଟି, ଦ୍ଵିତୀୟ ଦିନରେ ୱାର୍ଲ୍ଡ ୱାଇଡ ଭାବେ ୧୬୪.୫ କୋଟି ଓ ଥାର୍ଡ ଡେ କଲେକ୍ସନ୍ ୧୪୫ କୋଟି ୱାର୍ଲ୍ଡ ୱାଇଡ ହୋଇଛି ।

ଏହାର ହିନ୍ଦୀ ଭର୍ସନ ୪୦୦୦ ସ୍କ୍ରିନ୍‌କୁ ମିଳିଛି। ଏହି ଫିଲ୍ମ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ନୂଆ ବେଞ୍ଚ୍‌ମାର୍କ ସ୍ଥାପନ କରିଛି। କନ୍ନଡ଼, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟାଲମ୍‌ ଭାଷାରେ ଦେଶରେ ରିଲିଜ୍‌ ହୋଇଥିବା ‘କେଜିଏଫ୍‌ ୨’ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଫିଲ୍ମ। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପାଇଁ ୟୁଶ୍‌ଙ୍କୁ ଯେତେ ପ୍ରଶଂସା କରାଯାଇଛି ତାଠାରୁ ଅଧିକ ନିର୍ଦ୍ଦେଶକଙ୍କର ଖୁବ୍‌ ପ୍ରଶଂସା ହେଉଛି। ୧୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଆଗକୁ ବକ୍ସ ଅଫିସରେ ବହୁଳ କଲେକ୍ସନ କରିବ ବୋଲି ଅନାଲିଟିକ୍ସରୁ ଜଣାପଡ଼ିଛି।

KGF 2 ବକ୍ସ ଅଫିସ୍ ପ୍ରଥମ ଦିନ ହିଁ ହଲିଉଡ୍ ଫିଲ୍ମ ଆଭେଞ୍ଜର୍ସର ରେକର୍ଡ ଭାଙ୍ଗିଛି। ଏମିତିକି ଏହି ଫିଲ୍ମ ଏଣ୍ଡଗେମ୍, ବାହୁବଲୀ 2 ର ଆଡଭାନ୍ସ ବୁକିଂରେ ମଧ୍ୟ ରେକର୍ଡ଼ ସୃଷ୍ଟି କରିଛି। ଏମିତିକି ଏହି ଫିଲ୍ମର ଟିକେଟ ଏବେ ଅଧିକ ମାତ୍ରାରେ ଅନଲାଇନ୍ ହେଉ କି ଅଫଲାଇନ୍ ହେଉ ବିକ୍ରି ହେଉଛି। ତେବେ ଏହି ଗ୍ୟାଙ୍ଗଷ୍ଟର ଥ୍ରୀଲର ଚଳଚ୍ଚିତ୍ର ୨୦୧୮ ମସିହା ଡିସେମ୍ବର ୨୧ ରେ ପ୍ରଥମେ ଏହାର ପାର୍ଟ ୧ ଆସିଥିଲା। ଯାହାକି ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା ଓ ଏହି ଫିଲ୍ମକୁ ଅନେକ ଲୋକ ପ୍ରଶଂସା କରିଥିଲେ।

ତେବେ ଏହାର ପାର୍ଟ ୨ କୁ ମଧ୍ୟ ବର୍ତ୍ତମାନ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି। ଏମିତିକି ଅଧିକାଂଶ ସହରରେ ବିକ୍ରି ହୋଇସାରିଛି ଏହାର ଟିକେଟ। ରକି ଭାଇଙ୍କ ଭୂମିକାରେ ଅଭିନୟ କରିଥିବା ୟସଙ୍କ ଖତରନାକ୍ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। କହିବାକୁ ଗଲେ ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ KGF 2 ଭାରତୀୟ ଚଳଚ୍ଚିତ୍ର ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ସଫଳ ଧାଡ଼ିରେ ଅଂଶଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.